Odisha news

କରୋନାରେ ମୃତ ଶିକ୍ଷକ ପରିବାରଙ୍କ ଜିଲ୍ଲାପାଳଙ୍କୁ ସହାୟତା ପାଇଁ ଦାବି

ନୂଆପଡା- ୪/୮/ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆମେ ନିରୁପାୟ, ଆମକୁ ବଞ୍ଚିବା ପାଇଁ ସହାୟ ହୁଅ, ନ ହେଲେ ମା, ପୁଅ ଅକାଳରେ ଭାସିଯିବୁ । ଏଭଲି ଏକ କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି କରୋନା ରେ ସ୍ବାମୀ ଙ୍କୁ ହରାଇଥିବା ଜଣେ ବିଧବା ମହିଳା ର ଆବେଗ ଭରା କରୁଣ ନିବେଦନ କରିଛନ୍ତି ବିଧବା ନିଳେନ୍ଦ୍ରୀ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ଦବଡା ପ୍ରକଳ୍ପ ବିଦ୍ୟାଳୟରେ ଶିକ୍ଷକ ଭାବରେ କାର୍ଯ୍ୟ ତୁଲାଇ ଆସୁଥିଲେ ବିକ୍ରମ ବାଗ (୪୦)। ସରକାର ଙ୍କ କୋଭିଡ କାର୍ଯ୍ୟରେ ନୂଆ ମାଲପଡା ପୋର୍ଟିପଡା ଅସ୍ଥାୟୀ କେନ୍ଦ୍ର ରେ ନିୟୋଜିତ ହୋଇ ସୁଚାରୁ ରୁପେ କାର୍ଯ୍ୟ ତୁଲାଉଥିଲେ। ହେଲେ ଭାଗ୍ୟର ବିଡମ୍ବନା, ନିଜେ କରୋନା ରେ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ରାୟପୁର ଠାରେ ଚିକିତ୍ସା ଚାଲିଥିଲା କିନ୍ତୁ ସବୁଦିନ ପାଇଁ ଆଖି ବୁଜି ଆର ପାରି କୁ ଚାଲିଗଲେ।

ହେଲେ ରହିଗଲେ ଅନାଥ ନାବାଳକ ପୁଅ ଏକଲବ୍ୟ ବାଗ ଓ ସ୍ତ୍ରୀ ନିଲେନ୍ଦ୍ରି ବାଗ। ଏମାନେ ବଞ୍ଚିବାର ରାହା ଖୋଜୁଛନ୍ତି। ସ୍ବାମୀ ଙ୍କ ମୃତ୍ୟୁ କାଳୀନ ପେନସନ ଓ ଉତ୍ତରାଧିକାରୀ ଭାବରେ ପୁଅ ଙ୍କୁ ଯୋଗ୍ୟ ବୟସ ରେ ଚାକିରି ଏପରିକି କାରୋନା ସହାୟତା ରାଶି ପ୍ରଦାନ କରିବାକୁ ଆକୁଳ ନିବେଦନ କରିଛନ୍ତି। ବନ ପାହାଡ଼ ଘେରା ନଙ୍ଗଲବୋଡ଼ରେ ରୁହନ୍ତି ପରିବାର, ଆଜି ଏନେଇ ସିନାପାଲି ବ୍ଲକ ଶିକ୍ଷା ଅଧିକାରୀ ଚୈତନ୍ୟ ହୋତା ଙ୍କ ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳ ଙ୍କୁ ଆକୁଳ ନିବେଦନ ଜଣାଇବା ସହ ସିନାପାଲି ମିଳିତ ଶିକ୍ଷକ ସଙ୍ଘ ର ସଭାପତି ପ୍ରସନ୍ନ ମାଝି ଙ୍କୁ ମଧ୍ୟ ଏକ ଦାବି ଜଣାଇ ନିବେଦନ କରିଛନ୍ତି। ତେବେ ପ୍ରଶାସନ ଅଧିକାରୀ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି। ପରିବାର କିଭଳି ସହଯୋଗ ପାଉଛି ତାହା ଆଗାମିଦିନରେ ଜଣାପଡ଼ିବ। ଦାବି ପତ୍ର ଗ୍ରହଣ ପରେ ସିନାପାଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ହୋତା ଜିଲ୍ଲା ଅଧିକାରୀ ଙ୍କୁ ଜଣାଇ ଦେବୁ ଯାହା ସୁବିଧା ହେବ ପରିବାର ଲୋକ ପାଇବେ ବୋଲି ପ୍ରକାଶ କରିଛନ୍ତି।

Shares