ନୂଆପଡା- ୨/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ସରକାରୀ ନିଯୁକ୍ତିରେ ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି ନିମନ୍ତେ ନୂଆପଡା ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଲେନ୍ଦ୍ର ଭୋଇ ଯାଦବଙ୍କ ନେତୃତ୍ବରେ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ଜିଲ୍ଲାପାଳ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଗଲା।
ଓଡିଶାରେ ସରକାରୀ ନିଯୁକ୍ତି ପାଇଁ ବୟସସୀମାରେ ତାରତମ୍ୟ ଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ମାନେ ଉଚ୍ଚତର ଶିକ୍ଷା ହାସଲ ପରେ ମଧ୍ୟ ସରକାରୀ ଚାକିରୀରେ ଆବେଦନ କରିବା ସୁଯୋଗରୁ ବଂଚିତ ହେଉଛନ୍ତି । ପ୍ରକାଶ ଯୋଗ୍ୟକି ବର୍ତମାନ ସରକାରୀ ଚାକିରୀରେ ରାଜ୍ୟର ସାଧାରଣ ବର୍ଗ ଙ୍କ ବୟସ ସୀମା ୩୨ ବର୍ଷ ଥିବାବେଳେ, ଗୋଆରେ ୪୫, ଆସାମରେ ୪୪, ତେଲେଙ୍ଗାନାରେ ୪୪, ଆନ୍ଧ୍ରରେ ୪୨, ଉତ୍ତରପ୍ରଦେଶ, ରାଜସ୍ଥାନ, ପଚିମାବଙ୍ଗ ଓ ମଧ୍ୟପ୍ରଦେଶ ରେ ୪୦ ବର୍ଷ ଧାର୍ଯ୍ୟ କରାଯାଇଛି। ଏହା ସତ୍ୟ ଯେ ଓଡ଼ିଶାରେ ସର୍ବୋଚ୍ଚ ବୟସ ୪୨ କୁ ସୀମା ବୃଦ୍ଧି କରାଗଲେ ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧିହେବ l
ଜିଲ୍ଲା ଯୁବ କଂଗ୍ରେସ ସଭାପତିକଂ ନେତୁତ୍ବରେ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଶାହରୁଖ୍ ଖାନ୍, ଖଡ଼ିଆଳ ବିଧାନସଭା ଯୁବ କଂଗ୍ରେସ ସଭାପତି ଚନ୍ଦ୍ରଶେଖର ତାଣ୍ଡି, କୋମନା ବ୍ଲକ ଯୁବ କଂଗ୍ରେସ ସଭାପତି ନରେନ୍ଦ୍ର କୁମାର ନାଗ, ବୋଡେନ ବ୍ଳକ ଯୁବ କଂଗ୍ରେସ ସଭାପତି ରାଇସିଂଗ ମାଝି, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସଂମ୍ପାଦକ ବିଶ୍ବମ୍ବର ଜଗତ, ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ଜୟଦେବ ମାଝୀ,ପ୍ରେମ ତାଣ୍ଡି, ଭିମ ଯାଦବ, ଯୁବ ନେତା ଏମ୍ ଡି ଆସିଫ୍, ଖାମସିଂ ମାଝି, ବରିଷ୍ଠ ଯୁବ ନେତା ହିରାଧର ମେହେର, ରଂଜିତ ସବର, ଅଶୋକ ଦଣ୍ଡସେନା, ସୁମିତ ପତି ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.