କଦଳୀ ପତ୍ର ର ବିଶେଷ ମହତ୍ୱ ଆମ ହିନ୍ଦୁ ଧର୍ମରେ ରହିଛି l ଯେ କୌଣସି ଧର୍ମ କାର୍ଯ୍ୟ ହୋଇଥାଉ ସେଥିରେ କଦଳୀ ପତ୍ରର ପ୍ରୟୋଗ କରାଯାଇଥାଏ lକଦଳୀ ଯେପରି ଗୋଟିଏ ଫଳ ହିସାବରେ ବିଭିନ୍ନ କାମରେ ଆସିଥାଏ ସେହିଭଳି କଦଳୀ ପତ୍ର ମଧ୍ୟ ବିଭିନ୍ନ କାମରେ ଆସେ l ବିଭିନ୍ନ ପୂଜା ପର୍ବରେ କଦଳୀ ପତ୍ରରେ ଭୋଜନ କରିବା ଆମ ହିନ୍ଦୁ ଧର୍ମରେ ରହିଛି l କିନ୍ତୁ ଏହି କଦଳୀ ପତ୍ରରେ ରହିଛି ଅନେକ ଔଷଧୀୟ ଗୁଣ ଯାହା ଆମ ଶରୀର ପାଇଁ ଖୁବ ଆବଶ୍ୟକ l ଆସନ୍ତୁ ଆଜି ଜାଣିବା କଦଳୀ ପତ୍ର ର ପୋଷାକ ତତ୍ୱ ଯୁକ୍ତ କାମ l
* ୨୦୧୯ ରେ ହୋଇଥିବା ଗବେଷଣା ଅନୁସାରେ ନିୟମିତ କଦଳୀ ପତ୍ରରେ ଖାଦ୍ୟ ଖାଇଲେ ଓଜନ ହ୍ରାସ ହୋଇଥାଏ l କଦଳୀ ପତ୍ର ରେ ରହିଛି ପଲି ଫିନଲ ନାମକ ତତ୍ୱ ଯାହା ଶରୀରକୁ ଶକ୍ତି ଯୋଗାଇ ଥାଏ l ତେଣୁ ପୁରୁଣା କାଳରେ ପ୍ରାୟ ସମସ୍ତେ କଦଳୀ ପତ୍ରରେ ଖାଉଥିଲେ l
* କଦଳୀ ପତ୍ର ଉପରେ ନିୟମିତ ଖାଇବା ଦ୍ୱାରା ଆପଣଙ୍କ ଶରୀର ରୋଗମୁକ୍ତ ରହିବ l ଆପଣଙ୍କ ଶରୀରରୁ ଆଣ୍ଟି ବ୍ୟାକ୍ଟେରିଆ ଲୋପ ପାଇବ l ଶରୀର ସତେଜ ରହିବ l
* କଦଳୀପତ୍ର ତ୍ୱଚା ପାଇଁ ମଧ୍ୟ ହିତକର l କଦଳୀପତ୍ରରେ ପ୍ରଚୁର ପରିମାଣରେ ପୋଲି ଫିନାଲ ରହିଥାଏ l ତେଣୁ କରି ଏହା ଆପଣଙ୍କ ତ୍ୱଚାରେ କୁଞ୍ଚନ ଆସିବାକୁ ଦିଏନାହିଁ ଓ ତ୍ୱଚା ସୁସ୍ଥ ରୁହେ l
* ଆପଣ ଯେତେବେଳେ କଦଳୀ ପତ୍ରରେ ଗରମ ଖାଦ୍ୟ ଖାଇ ଥାଆନ୍ତି , ସେଥିରୁ ଗୋଟିଏ ପ୍ରକାରର ସୁଗନ୍ଧ ଆସିଥାଏ l ଏଥିରେ ଥିବା ଗୋଟିଏ ପ୍ରକାରର ତତ୍ୱ ଗରମ ଖାଦ୍ୟ ସଂସ୍ପର୍ଶରେ ଆସିବା ଦ୍ୱାରା ତରଳି ଯାଇଥାଏ l ଯେଉଁ କାରଣରୁ ଶରୀରର ଟିସୁ ଗୁଡିକ ଠିକ ଭାବରେ କାର୍ଯ୍ୟ କରି ଥାଆନ୍ତି l
* କଦଳୀପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ l ଏହାଦ୍ୱାରା ପାଚନ ପ୍ରକ୍ରିୟା ମଧ୍ୟ ଭଲ ହୁଏ ଓ ଶରୀରକୁ ଉପଯୁକ୍ତ ପରିମାଣରେ ଆଇରନ ମିଳିଥାଏ l

Comments are closed.