Odisha news

ସବୁ ରାଶୀଙ୍କ ଜୀବନରେ ସୁଖ ଆଣିବ ଶ୍ରାବଣ ମାସ : ମହାଦେବ ଦେବେ ସୁଭଫଳ , ମିଳିବ ପ୍ରତିଷ୍ଠା ଓ ସମ୍ମାନ

ବର୍ତ୍ତମାନ୍ ହିନ୍ଦୁ କ୍ୟାଲେଣ୍ଡର ହିସାବରେ ବର୍ତ୍ତମାନ୍ ଶ୍ରାବଣ ମାସ ଚାଲିଛି । ହିନ୍ଦୁ ଧର୍ମରେ ଶ୍ରାବଣ ମାସର ଖୁବ୍ ମହତ୍ତ୍ଵ ରହିଛି । ଶ୍ରାବଣ ମାସଟି ଭଗବାନ୍ ଶିବଙ୍କୁ ଅର୍ପଣ କରାଯାଇଛି । ଏଥିରେ ଭଗବାନ୍ ଶିବଙ୍କୁ ବିଧି ବିଧାନ ଭାବରେ ପୂଜା କରାଯାଇଥାଏ । ଶ୍ରାବଣ ମାସ ପ୍ରାୟ ସମସ୍ତ ରାଶି ପାଇଁ ଖୁବ୍ ଶୁଭ ଅଟେ । କିନ୍ତୁ କିଛି ରାଶି ପାଇଁ ଅନେକ ଶୁଭ ଫଳ ପ୍ରଦାନ କରିଥାଏ ।
* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସ ମିଥୁନ ରାଶି ପାଇଁ ଖୁବ୍ ଶୁଭ ଅଟେ । ଏହି ମାସରେ ଶିବଙ୍କ ନିକଟରେ ବ୍ରତ ରଖିଲେ ବିଶେଷ ଲାଭ ମିଳିବା ସହିତ ସଫଳତା ହାସଲ କରି ଥାଆନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଆର୍ଥିକ ସୁଖ ସମୃଦ୍ଧି ହାସଲ ହୁଏ ।
* କର୍କଟ ରାଶି – ଶ୍ରାବଣ ମାସରେ କର୍କଟ ରାଶି ପାଇଁ ଶୁଭ ଅଟେ । ଆର୍ଥିକ ସଫଳତା ମିଳିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ତା ସହ ଅଟକି ରହିଥିବା କାର୍ଯ୍ୟରେ ମଧ୍ୟ ଏହି ମାସରେ ଶିବଙ୍କ ଆଶୀର୍ବାଦରେ ହୋଇଯିବାର ସମ୍ଭାବନା ରହିଛି ।
* ତୁଳା ରାଶି – ଶ୍ରାବଣ ମାସରେ ମହାଦେବଙ୍କ କୃପା ରୁ ତୁଳା ରାଶି ପାଇଁ ଶୁଭ ଅଟେ । ଏହି ମାସରେ ଧନ ଲାଭର ସମ୍ଭାବନା ରହିଛି । ଯେଉଁ କାରଣରୁ ଆର୍ଥିକ ପକ୍ଷ ମଜବୁତ୍ ହେବ । ଚାକିରୀ ଓ ବ୍ୟବସାୟରେ ସଫଳତା ମିଳିବ।
* କୁମ୍ଭ ରାଶି – ଚଳିତ ମାସରେ କୁମ୍ଭ ରାଶିର ବ୍ୟକ୍ତି ଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଚାକିରୀ ଓ ବ୍ୟବସାୟ ପାଇଁ ଏହି ମାସଟି କୁମ୍ଭ ରାଶି ପାଇଁ ଖୁବ୍ ଶୁଭ । ମାନ ସମ୍ମାନ ବୃଦ୍ଧି ହେବାର ଯୋଗ ରହିଛି ।
* ମୀନ ରାଶି – ଶ୍ରାବଣ ମାସରେ ଏହି ରାଶିର ବ୍ୟକ୍ତି ଙ୍କ ପାଇଁ ଖୁବ୍ ଶୁଭ ଅଟେ । ଏମାନେ ବିଶେଷ ଭାବରେ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ଯୋଡ଼ି ରଖିବେ । ଶ୍ରାବଣ ମାସ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ସୁଖ ଆଣିବ ।
Shares