ଭାରତୀୟ ବ୍ୟଞ୍ଜନ ରେ ଲବଙ୍ଗ ର ପ୍ରୟୋଗ ପ୍ରାୟ ଦେଖିବାକୁ ମିଳିଥାଏ । ଏହାକୁ ବିଶେଷକରି ଗରମ୍ ମସଲା ଭାବରେ ପ୍ରୟୋଗ କରା ଯାଇଥାଏ । ପୂଜା ଓ ହୋମରେ ମଧ୍ୟ ଲବଙ୍ଗ ବ୍ୟବହାର ହୋଇଥାଏ । ଲବଙ୍ଗ ର ବାସ୍ନା ଘରକୁ ମହକାଇବା ସହିତ ଘରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇ ଥାଏ ।
* ବାସ୍ତୁଶାସ୍ତ୍ର ଅନୁସାରେ ଘରେ ନିୟମିତ କର୍ପୂର ଓ ଲବଙ୍ଗ ଜଳାଇବା ଭଲ । ଘର ଭିତରୁ ନକାରାତ୍ମକ ଶକ୍ତି କୁ ଲବଙ୍ଗ ବାସ୍ନା ଦୁର କରିଥାଏ ।
* ଲବଙ୍ଗ ଧୂଆଁ କୁ ଆଘ୍ରାଣ କରିବା ଦ୍ୱାରା ତାହା ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ ।
* ବିଶେଷଜ୍ଞ ମାନଙ୍କ ମତରେ ଲବଙ୍ଗ କୁ ଗୁଣ୍ଡ କରି କୌଣସି ବ୍ୟଞ୍ଜନ ରେ ମିଶାଇ ଖାଇବା ଦ୍ୱାରା ତାହା ଆମ ରକ୍ତ ଶର୍କରା କୁ ନିୟନ୍ତ୍ରିତ କରିବା ସହ ଆମ ଯକୃତ କୁ ଶକ୍ତି ଯୋଗାଇ ଥାଏ ।
* ଆଣ୍ଟି ଅକ୍ସିଡାଣ୍ଟ ରେ ଭରପୁର ଲବଙ୍ଗ ଖାଇବା ପରେ ଗୋଟିଏ ଖାଇବା ଦ୍ବାରା ମସ୍ତିଷ୍କ ର କୋଷିକ ସକ୍ରିୟ ହୋଇଥାଏ ।
* ଲବଙ୍ଗ କର୍କଟ ପ୍ରତି ରୋଧକ ଅଟେ ଓ ଓଜନକୁ ନିୟନ୍ତ୍ରିତ ମଧ୍ୟ କରିଥାଏ ।
* ସାଇନସ୍ କୁ ଦୁର କରି ଥାଏ ଲବଙ୍ଗ । ଯଦି ଦୀର୍ଘ ସମୟ ଧରି ନିଜ ଖାଦ୍ୟରେ ଲବଙ୍ଗ ର ବ୍ୟବହାର କରିବେ , ତେବେ ସାଇନସ୍ ରୁ ଆରାମ ମିଳିଥାଏ ।
* ଲବଙ୍ଗ ଶରୀରର ରୋଗ ପ୍ରତିରୋଧକ କ୍ଷମତା କୁ ବଢାଇ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ । ବିଶେଷ କରି ଥଣ୍ଡା ଜନିତ ସମସ୍ୟା ରୁ ରକ୍ଷା କରିଥାଏ ।
* ଆୟୁର୍ବେଦ ରେ ଲବଙ୍ଗ କୁ ମଧୁମେହ ଓ ରକ୍ତ ଚାପ ପାଇଁ ବ୍ୟବହାର କରାଯାଏ । ହୃତପିଣ୍ଡ ସମସ୍ୟା ଦୂର ହୋଇଥାଏ ।
Comments are closed.