Odisha news

ଶୋଇବା ସମୟରେ ମୁଣ୍ଡ ପାଖରେ ରଖନ୍ତୁ ନାହିଁ : ଏହିସବୁ ଜିନିଷ ଜୀବନରେ ଦେଖାଯିବ ଅସୁବିଧା

ବାସ୍ତୁ ଶାସ୍ତ୍ରରେ ମଣିଷ ଜୀବନ ଉପରେ ଖୁବ୍ ପ୍ରଭାବ ପକାଇ ଥାଏ । ବାସ୍ତୁ ବ୍ୟକ୍ତିର ଜୀବନକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ । ବାସ୍ତୁ ଶାସ୍ତ୍ରରେ ଘରର ବିଭିନ୍ନ ଦିଗକୁ ନେଇ ରଖା ଯାଇଥିବା ସବୁ ଜିନିଷର କିଛି ନା କିଛି ମହତ୍ତ୍ଵ ରହିଛି । ଏମିତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ରଖିଥିବା ବିଭିନ୍ନ ଜିନିଷର କିଛି ନା କିଛି କାରଣ ରହିଛି । ଏହିସବୁ ଜିନିଷକୁ ଶୋଇବା ସମୟରେ ମୁଣ୍ଡ ପାଖରେ ରଖି ଶୋଇବା ଦ୍ଵାରା ନକାରାତ୍ମକ ଶକ୍ତି ଆସିଥାଏ ।
– ଆପଣ ଶୋଇବା ସମୟରେ ନିଜ ମୁଣ୍ଡ ପାର୍ଶ୍ୱରେ ବହି , ଖବର କାଗଜ, ମାଗାଜିନ୍ ଇତ୍ୟାଦି ରଖିବା ଉଚିତ୍ ନୁହେଁ । ରଖିବା ଦ୍ଵାରା ବ୍ୟକ୍ତିର ଜୀବନରେ ନକାରାତ୍ମକ ଶକ୍ତି ଆସିବା ସହିତ ପୁରା ବନ୍ ଉପରେ ଖରାପ୍ ପ୍ରଭାବ ପକାଇ ଥାଏ ।
– ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ବେଳେ ମୁଣ୍ଡ ନିକଟରେ କିମ୍ବା ଖଟ ସାମ୍ନାରେ ଆଇନା ରଖିବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କ୍ଲେଶ ବଢ଼ିଥାଏ ।
– ବାସ୍ତୁ ଶାସ୍ତ୍ରରେ ଶୋଇବା ସମୟରେ କେବେବି ମୁଣ୍ଡ ନିକଟରେ ତେଲ ବୋତଲ ରଖିବା ଉଚିତ୍ ନୁହେଁ । ଏହାଦ୍ବାରା ଜୀବନରେ ସବୁବେଳେ ସମସ୍ୟା ଦେଖାଦିଏ ।
– ଆପଣ ଯଦି ଶୋଇବା ସମୟରେ ମୁଣ୍ଡ ନିକଟରେ ନିଜର ପର୍ସ ରଖି ସୋଇଛନ୍ତି ତେବେ ଏହା ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇବ ।
– ଶୋଇବା ସମୟରେ ନିଜ ମୁଣ୍ଡ ନିକଟରେ କେବେବି ଦଉଡ଼ି ରଖନ୍ତୁ ନାହିଁ । ଯଦି ରଖିବେ ତେବେ ତାହା ଆପଣଙ୍କୁ ଖୁବ୍ ବିପଦ ଆଡ଼କୁ ଟାଣି ନେଇଯିବ ।
– ବାସ୍ତୁ ଶାସ୍ତ୍ରରେ ଶୋଇବା ସମୟରେ କେବେବି ନିଜ ମୁଣ୍ଡ ନିକଟରେ ପାଣି ବୋତଲ ରଖିବା ଉଚିତ୍ ନୁହେଁ । ରଖିବା ଦ୍ଵାରା ଚନ୍ଦ୍ରମା ପ୍ରଭାବିତ ହୁଅନ୍ତି , ବ୍ୟକ୍ତିର ମାନସିକ ଚାପ୍ ବଢ଼ି ଯାଇଥାଏ ।

Comments are closed.