ଟୋକିଓ: ଅଲିମ୍ପିକ୍ ଷ୍ଟାଡିୟମ୍ରେ ଆୟୋଜିତ ମହିଳାଙ୍କ ନିମିତ୍ତ ୧୦୦ ମିଟର୍ ଦୌଡ଼ ପ୍ରତିଯୋଗିତାର ସେମି-ଫାଇନାଲ୍ରେ ଧାବିକା ଦୂତୀ ଚାନ୍ଦ ଆଜି ଅଗ୍ରଗତି କରିବାରେ ଅସଫଳ ହୋଇଛନ୍ତି।
ହିଟ୍ ୫ରେ ଧାଇଁବା ବେଳେ ଦୂତୀ ୧୧.୫୪ ସେକେଣ୍ଡ୍ରେ ସୀମା ସ୍ପର୍ଶ କରିବାରୁ ୭ମ ସ୍ଥାନରେ ସ୍ଥାନୀତ ହୋଇଥିଲେ। ଫଳତଃ, ସେ ସେମି-ଫାଇନାଲ୍ରେ ସଫଳ ହେବାରୁ ବଞ୍ଚିତା ହୋଇଛନ୍ତି।
୧୦.୮୪ ସେକେଣ୍ଡ୍ରେ ୧୦୦ ମିଟର୍ ଧାଇଁ ଜାମାଇକାର ସେଲି-ଆନ୍ ଫ୍ରେସର୍-ପ୍ରାଇସ୍ ‘ହିଟ୍ ୫’ରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ୧୦.୯୧ ସେକେଣ୍ଡ୍ରେ ନିର୍ଦ୍ଧାରିତ ଦୂରତ୍ବ ଅତିକ୍ରମ କରି ସ୍ବିଜର୍ଲାଣ୍ଡ୍ର ଆଜଲା ଡେଲ୍ ପୋଣ୍ଟେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଅଛନ୍ତି ନାଇଜେରିଆର ଗ୍ରେସ୍ ଜୁବେଚି ନୌକୋଚା।
ସୂଚନାଯୋଗ୍ୟ, ପୂର୍ବରୁ ଭାରତର ଅବିନାଶ ମୁକୁନ୍ଦ ସାବଲ୍ ମଧ୍ୟ ପୁରୁଷ ୩୦୦ ମିଟର୍ ଷ୍ଟିପଲ୍ଚେଜ୍ ଚୂଡ଼ାନ୍ତ ପ୍ରତିଯୋଗିତାରେ ଅସଫଳ ହୋଇଥିଲେ।
Comments are closed.