Odisha news

ଘରୋଇ ଉପଚାର ଦ୍ୱାରା କିପରି ତୁଳସୀ ପତ୍ର ସାହାଯ୍ୟ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିବେ

ଆମ ସମସ୍ତଙ୍କ ବାଡ଼ି ବଗିଚା ଓ ଘର ଅଗଣାରେ ତୁଳସୀ ମାତା ଶୋଭା ପାଇ ଥାଆନ୍ତି l ଆମେ ସକାଳୁ ଉଠିଲା ମାତ୍ରକେ ସର୍ବ ପ୍ରଥମେ ନିଜର ନିତ୍ୟ କର୍ମ ସାରି ତୁଳସୀଙ୍କୁ ଜଳ ଅର୍ପଣ କରିଥାଉ ଓ କରିବା ଦେଖିଥାଉ ମଧ୍ୟ l ଏହି ତୁଳସୀ କେବଳ ପୂଜା ପାଇଁ ନୁହେଁ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ l ତୁଳସୀରେ ଅନେକ ଔଷଧୀୟ ଗୁଣ ରହିଛି ଯାହା ଶରୀର ସହିତ ତ୍ୱଚା ର ମଧ୍ୟ ଯତ୍ନ ନେଇଥାଏ l

– ୫୦ ଗ୍ରାମ ତୁଳସୀ ପାତ୍ରରେ ୫୦ ଗ୍ରାମ ଲେମ୍ବୁ ରସ ମିଶାଇ ଭଲରେ ପେଷି ଦିଅନ୍ତୁ l ଏହି ଲେପକୁ ମୁହଁରେ ଲଗାନ୍ତୁ , ଏପରି ସପ୍ତାହକୁ ଠାରେ ଲଗାଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ l

– ଆଜିକାଲି ଖରାପ ଜୀବନ ଶୈଳୀ କାରଣରୁ ସୂର୍ଯ୍ୟଙ୍କର ଅତି ବାଇଗଣୀ ରଶ୍ମି ଦ୍ୱାରା ତ୍ୱଚାରେ କୁଞ୍ଚନ ଖୁବ ଶୀଘ୍ର ଆସି ଯାଉଛି , ଏହାକୁ ଦୂର କରିବା ପାଇଁ ତୁଳସୀ ପତ୍ରକୁ ପାଣି ସାହାଯ୍ୟରେ ବାଟି ମୁହଁରେ ଲଗାଇବା ଦ୍ୱାରା ତ୍ୱଚାରେ କୁଞ୍ଚନ ଆସେ ନାହିଁ l

– ପ୍ରତିଦିନ ସକାଳୁ ତୁଳସୀ ପତ୍ର କିଛି ଖାଲି ପେଟରେ ଖାଇ ଉଷୁମ ପାଣିରେ ପିଇବା ଦ୍ୱାରା ମୁହଁର ଉଜ୍ଜ୍ଵଳତା ବୃଦ୍ଧି ପାଇଥାଏ l  ତା ସହିତ ତ୍ୱଚାରେ ବ୍ରଣ ସମସ୍ୟା ମଧ୍ୟ ଦୁରେଇ ଯାଏ l

– ତୁଳସୀ ପତ୍ର ରସ ଓ ଲେମ୍ବୁ ରସକୁ ଗୋଟିଏ ବୋତଲରେ ମିଶାଇ ରଖି ନିଅନ୍ତୁ l କିନ୍ତୁ ଏହି ବୋତଲକୁ ଫ୍ରିଜ ରେ ରଖିବା ଆବଶ୍ୟକ l ଏହାପରେ ଯେତେବେ ଆପଣ ରାତିରେ ସୋଉଛନ୍ତି ସେତେବେଳେ ମୁହଁକୁ ଠିକ ଭାବରେ ଖଣ୍ଡିଏ ତୁଳା ସାହାଯ୍ୟରେ ପୋଛିବା ଦ୍ୱାରା ମୁହଁର କାନ୍ତି ବଢିଥାଏ l

– ତୁଳସୀପତ୍ର ରସରେ ମହୁ ଓ ଲେମ୍ବୁ ମିଶାଇ ଲଗାଇବା ଦ୍ୱାରା କଳାଦାଗ ଦୂର ହୋଇଥାଏ l ତୁଳସୀ ପତ୍ର ରସ କେଶକୁ ମଧ୍ୟ ଚମକ ପ୍ରଦାନ କରିଥାଏ l ତୁଳସୀ ପତ୍ର ରସ ପ୍ରତିଦିନ ପିଇଲେ ରକ୍ତ ସଫା ହୁଏ l

Comments are closed.