Odisha news

ପୁରୁଷ ମାନଙ୍କ ଜାଣିବା କଥା : କେଉଁ ବାରରେ ଖିଅର ହେଲେ କଣ ହୁଏ

ଆମ ହିନ୍ଦୁ ଧର୍ମ ରେ ବିଭିନ୍ନ ନୀତି ଓ ନିୟମ ଅନୁସାରେ ଆମେ କାର୍ଯ୍ୟ କରିଥାଉ । କିଛି କାର୍ଯ୍ୟ ଶୁଭ ଓ ଅଶୁଭ ସଂକେତ କୁ ନେଇ ମଧ୍ୟ ହୋଇଥାଏ । ସେହି ଭଳି ଖିଅର ହେବାକୁ ନେଇ ମଧ୍ୟ ଅନେକ ନୀତି ନିୟମ ରହିଛି । କେଉଁ ବାରରେ ଖିଅର ହେଲେ କଣ ହୁଏ ସେହି ବିଷୟରେ କିଛିଟା ଧାର୍ମିକ ତଥ୍ୟ ରହିଛି । ଆସନ୍ତୁ ଜାଣିବା ସେହି ବିଷୟରେ ।
– ରବିବାର ଦିନ ସୂର୍ଯ୍ୟ ଦେବଙ୍କ ବାର ଅଟେ । ଏହାର ମହତ୍ତ୍ଵ ଆମ ହିନ୍ଦୁ ଧର୍ମରେ ଖୁବ୍ ରହିଛି । ତେଣୁ ମାନ୍ୟତା ଅନୁସାରେ ରବିବାର ଦିନ ପୁରୁଷ ମାନେ ଖିଅର ହେବା ଦ୍ବାରା ଦୁଃଖ ଲାଭ ହୋଇଥାଏ ।
– ଯଦି ସୋମବାର ଦିନ ଆପଣ କୌଣସି ପୂଜା ପର୍ବ ନାହିଁ ତେବେ ଖିଅର ହୋଇ ପାରିବେ ଏହିଦିନ ଖିଅର ହେଲେ ସୁଖ ପ୍ରାପ୍ତି ହୋଇଥାଏ ।
– ଏମିତିରେ ତ କୌଣସି ବ୍ୟକ୍ତି ନିଜ ଜନ୍ମ ବାରରେ ଖିଅର ହେବା ଉଚିତ୍ ନୁହେଁ । ସେହିଭଳି ମଙ୍ଗଳବାର ଦିନ ଖିଅର ହେଲେ ଆୟୁଷ ହାନି ହୋଇଥାଏ ।
– ପୁରୁଷ ମାନେ ବୁଧବାର ଦିନ ଖିଅର ହେଲେ ଆୟୁଷ ଓ ଶକ୍ତି ବୃଦ୍ଧି ହୋଇଥାଏ ।
– ଗୁରୁବାର ରେ ଖିଅର ହେଲେ ଅର୍ଥ ହାନି ଓ ଉଦର ଜନିତ ସମସ୍ୟା ଦେଖାଦିଏ ।
– ଶୁକ୍ରବାର ଦିନ ଖିଅର ହେଲେ ଆତ୍ମ ଶକ୍ତି ବଢେ । କିନ୍ତୁ ବଡ଼ ପୁଅ ଥାଇ ଖିଅର ହେଲେ ଅମଙ୍ଗଳ ହୁଏ । ବାପା ପୁଅ ଗୋଟିଏ ଦିନରେ
ଖିଅର ହେଲେ ପରିବାରରେ ଅମଙ୍ଗଳ ହୁଏ ଓ ସନ୍ତାନ ଦୁଃଖ ପାଏ ।
– ଶନିବାର ରେ ଖିଅର ହେଲେ ଗ୍ରହ ପୀଡ଼ା ହୁଏ , ଗ୍ରହ ରାଜ ଶନି ଅଶାନ୍ତି ହୁଅନ୍ତି ।

Comments are closed.