Odisha news

ଅଲମ୍ପିକ୍ସ ଖେଳାଳିଙ୍କ ର ବଡ଼ ଖୁଳାସା : କଣ୍ଡମ୍ ସାହାଯ୍ୟରେ ମିଳିଲା ମେଡାଲ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ର କାଂସ୍ୟ ଓ ରଜତ ପଦକ ବିଜେତା ଜେଶି ଫୋକସ ଟୋକିଓ ଅଲମ୍ପିକ୍ସ ରେ କାଂସ୍ୟ ପଦକ ହାସଲ କରି ସାରିଛନ୍ତି । ସେ ଏହି ପଦକ କେନନ୍ ସେଲମ୍ ଇଭେଣ୍ଟ ରେ ଜିତିଛନ୍ତି । ସେ ନିଜ ଇନ୍ସ୍ଟା ଗ୍ରାମ ରେ ଗୋଟିଏ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ରେ ଦେଖା ଯାଉଛି ଯେ ଜଣେ ଫୋକସ୍ ଙ୍କ କ୍ରୁ ର ଜଣେ ସଦସ୍ୟ ତାଙ୍କର ଏହି ବୋଟ୍ କୁ ଠିକ୍ କରିବାକୁ ଚେଷ୍ଟା କରୁଛି ।
କିଛି ସମୟ ପରେ ସେ ସଦସ୍ୟ ଏହି ବୋଟ୍ ପାଇଁ କଣ୍ଡମ୍ ବ୍ୟବହାର କରୁଛି । ସେ ଏହି ଭିଡିଓ ରେ କ୍ୟାପସନ୍ ରେ ଲେଖିଛନ୍ତି ଯେ ମୁଁ ଆଶା କରୁଛି ଯେ ଆପଣ ମାନେ ଜାଣି ନଥିବେ ଯେ କଣ୍ଡମ୍ କୁ ଏହି ବୋଟ୍ କୁ ଠିକ୍ କରିବା ପାଇଁ ବ୍ୟବହାର କରାଯାଏ । ଏହା କାର୍ବନ କୁ ଖୁବ୍ ଭଲ ଫିନିସ ଦେଇଥାଏ । ତାଙ୍କର ଏହି ଭିଡିଓ ତାଙ୍କ ପ୍ରଶଂସକ ମାନଙ୍କ ମଧ୍ୟରେ ଖୁବ୍ ଆଦୃତ ହୋଇଛି ।
୨୭ ବର୍ଷୀୟ ଫକସ୍ ସିଡନୀ ର ଅଟନ୍ତି । ସେ ଏଥିରେ କାଂସ୍ୟ ପଦକ ହାସଲ କରିଛନ୍ତି । ସେ ସ୍ଵର୍ଣ୍ଣ ପଦକ ହାସଲ ପାଇଁ ଇଚ୍ଛା ରଖିଥିଲେ । ସେ ସ୍ଵର୍ଣ୍ଣ ପଦକ ହାସଲ କରି ନପାରି ନିରାଶ ପ୍ରକଟ କରିଥିଲେ । କିନ୍ତୁ ତାଙ୍କର ଆଉ ଗୋଟିଏ ଇଭେଣ୍ଟ ବାକି ରହିଛି ।
Ad2

Comments are closed.