Odisha news

ବେଳାଭୂମୀରେ ‘ମଦକୁଡ଼ିଆ’ଯୋଜନାକୁ ବିରୋଧ : ଜିଲ୍ଲାପାଳଙ୍କୁ ଭେଟିଲେ ୩୦ଟି ସଂଗଠନର କର୍ମକର୍ତ୍ତା

ପୁରୀ,୨୯ା୭ :ଓଡ଼ିଶା ପର୍ଯ୍ୟଟନ ନିଗମ ପ୍ରାୟୋଜିତ ବେଳାଭୂମୀରେ ‘ମଦ କୁଡ଼ିଆ’ଯୋଜନାକୁ ବେଳାଭୂମୀ ମଦମୁକ୍ତି ଅଭିଯାନ ପକ୍ଷରୁ ତ୍ରୀବ୍ର ବିରୋଧ କରାଯାଇଛି । ଶ୍ରୀଜଗନ୍ନାଥ,ଅର୍କକ୍ଷେତ୍ର କୋଣାର୍କ ଓ ପବିତ୍ରମହୋଦଧି କୁ ନେଇ ସମୃଦ୍ଧ ବେଳାଭୂମୀରେ ‘ମଦକୁଡ଼ିଆ’ ଯୋଜନା ବାତିଲ ଦାବିରେ ୩୦ଟି ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ବେଳାଭୂମୀ ମଦମୁକ୍ତି ଅଭିଯାନର ମୁଖ୍ୟବଦ୍ରି ମିଶ୍ର, ଚକ୍ରଧର ମହାପାତ୍ର ଓ ମଦୁସୂଦନ ମିଶ୍ରଙ୍କ ନେତୃତ୍ୱରେ ସଂଗଠନର ୬୦ରୁ ଊଦ୍ଧ୍ୱର୍ କର୍ମକର୍ତ୍ତା ଜିଲ୍ଳାପାଳ ସମର୍ଥ ବର୍ମାଙ୍କୁ ଭେଟି ପ୍ରାୟୋଜିତ ମଦ କୁଡ଼ୁଆ ଯୋଜନାକୁ ବାତିଲ କରିବାକୁ ଦାବି କରିଥିଲେ । ଆଲୋଚନା ସମୟରେ ଜିଲ୍ଲାପାଳ କହିଥିଲେ ଯେ, ଏହି ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ଶ୍ରୀଜଗନ୍ନାଥ, ପୁରୀର ଐତିହ୍ୟ କରିଡ଼ର, ଯୁବଗୋଷ୍ଠୀ ଓ ବେଳାଭୂମୀର ପବିତ୍ରତା ନେଇ ସେ ସରକାରଙ୍କ ସହିତ ଆଲୋଚନା କରିବେ ।

ଶଙ୍ଖକ୍ଷେତ୍ରର ପବିତ୍ର ବେଳାଭୂମୀର ସୁରକ୍ଷା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜିଲ୍ଲାପାଳ ମଦମୁକ୍ତି ଅଭିଯାନ କର୍ମକର୍ତ୍ତାମାନଙ୍କୁ ଅଶ୍ୱାସନା ଦେଇଥିଲେ । ଆଜିର ଆଲୋଚନାରେ ଶିକ୍ଷାବିତ୍ ରଘୁନାଥ ମହାପାତ୍ର,ଡ଼କ୍ଟର କୈଳାଶ ଚନ୍ଦ୍ର ଟିକାୟତରାୟ, ଶ୍ୟାମ ପ୍ରକାଶ ସେନାପତି,ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ,ସ୍ୱାଧୀନ କୁମାର ପଣ୍ଡା, ମଳୟ ତ୍ରିପାଠୀ,ସୌମେନ୍ଦ୍ର ଦାସ, ରାଜେଶ ମହାନ୍ତି,ବିଶ୍ୱନାଥ ମିଶ୍ର,ଗୋବିନ୍ଦ ପ୍ରସାଦ ମହାନ୍ତି,ପ୍ରଫୁଲ ଜେନା,ଗିରିଜା ପାଢୀ, କବିତାରାଣୀ ପରିଡ଼ା,କୁନ୍ତଳା ବିଶ୍ୱାଳ,ପ୍ରଶାନ୍ତ ପ୍ରଧାନ, ଗୋବିନ୍ଦ ପାତ୍ର,ସୌମ୍ୟ ରଞ୍ଜନ ପାତ୍ର, ଦୀପକ ପ୍ରାତ୍ର ପ୍ରମୁଖ ଶ୍ରୀକ୍ଷେତ୍ର ପୁସ୍ତକ ମେଳା,ଅଭିନନ୍ଦନିକା, ଶ୍ରୀକ୍ଷେତ୍ର ସୂଚନା, ମିଶନ ଓଡ଼ିଶା,ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ,ଓଡ଼ିଶା ଯୁବ ଚେତନା ସଂଗଠନ,ଓଡ଼ଶା ବିକାଶ ପରିଷଦ,ସମ୍ପର୍କ,ସର୍ବୋଦୟ ମେଳା କମିଟି,କୁମାର ଉତ୍ସବ ସମିତି ,ଭାରତ ବିକାଶ ପରିଷଦ,ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ,ସେନାପତି ବଗିଚା କମିଟି, ବୋଧିଚକ୍ର,ଭକ୍ତ ସାଲବେଗ ସଂସ୍କୃତି ପରିଷଦ,ଶ୍ରୀଜଗନ୍ନାଥ ଗୋ ସେବା ସଂସ୍ଥାନ୍ମ ଓ ଭକ୍ତି ନିର୍ମାଲ୍ୟ ପ୍ରଭୁତି ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Comments are closed.