ଟୋକିଓ ଅଲମ୍ପିକ ୨୦୨୦ ଆରମ୍ଭ ହୋଇ ସାରିଛି ଓ ଏଥି ସହିତ ଭାରତ ନିଜର ପ୍ରଥମ ପଦକ ମଧ୍ୟ ଜିତି ସାରିଛି l କରୋନା ସମୟରେ ଚାଲିଥିବା ଖେଳର ମହାକୁମ୍ଭରେ ସବୁବେଳେ ଗୋଟିଏ ଦୃଶ୍ୟ ଦେଖିବାକୁ ମିଳିଥାଏ l ପୋଡିୟମ ଉପରେ ଠିଆ ହୋଇ ଯେତେବେଳେ କୌଣସି ଖେଳାଳି ପଦକ ହାସଲ କରିଥାଏ ସେ ସେହି ପଦକକୁ ହସି ହସି ଦାନ୍ତରେ କାମୁଡି ଦେଖାଇଥାଏ l ଇଣ୍ଟରନେଶନାଲ ସୋସାଇଟି ଅଫ ଅଲମ୍ପିକ ହିଷ୍ଟୋରୀଆନ୍ସ ର ପ୍ରେସିଡେଣ୍ଟ ଡେଭିଡ ବାଲୋଚିଂସ୍କି କିଛି ବର୍ଷ ପୂର୍ବରୁ ଏହି ବିଷୟକୁ ମନ୍ତବ୍ୟ ଦେଇଥିଲେ l
ସେ କହିଥିଲେ ପଦକ ଜିତିବା ପରେ ଖେଳାଳି ଫଟୋଗ୍ରାଫି ପାଇଁ ଏପରି କରି ଥାଆନ୍ତି ଓ ନିଜ ବିଜୟକୁ ସ୍ମରଣୀୟ କରିବା ପାଇଁ ଦାନ୍ତରେ କାମୁଡି ଥାଆନ୍ତି l ଡେଭିଡ ଜଣେ ଲେଖକ ମଧ୍ୟ ଅଟନ୍ତି l ସେ କହିଛନ୍ତି ଫଟୋଗ୍ରାଫର ମାନେ ଏହାକୁ ଗୋଟିଏ ଭଲ ସଟ ଭାବରେ ଦେଖି ଥାଆନ୍ତି l ଏହା ଛଡା ଗୋଲ୍ଡ ମେଡାଲ ରେ ଖୁବ କମ ମାତ୍ରାରେ ସୁନା ଥାଏ ବୋଲି ସେ କହିଥିଲେ l କିନ୍ତୁ ସେ ଯାହାବି ହେଉନା କାହିଁକି ଏହି ପରମ୍ପରା ଖୁବ ସୁନ୍ଦର ଅଟେ l ରିଓ ଅଲମ୍ପିକ ୨୦୧୬ ରେ ଗୋଟିଏ ସ୍ଵର୍ଣ ପାଦକରେ ଏକ ପ୍ରତିଶତ ରୁ ସାମାନ୍ୟ ଅଧିକ କିଛି ସୁନାର ବ୍ୟବହାର ହୋଇଥିଲା , ଏହା ବ୍ୟତି ୯୩ ପ୍ରତିଶତ ଚାନ୍ଦି ଓ ୬ ପ୍ରତିଶତ କାଂସ୍ୟ ର ବ୍ୟବହାର ହୋଇଥିଲା l
Comments are closed.