Odisha news

ସମୁଦ୍ର ଗର୍ଭରୁ ମିଳିଲା ରୋମ ସାମ୍ରାଜ୍ୟର ୨୦୦୦ ବର୍ଷର ପୁରୁଣା ସଡକ

ନୂଆଦିଲ୍ଲୀ : ସମୁଦ୍ର ଭିତରୁ ରୋମ ସାମ୍ରାଜ୍ୟର ଗୋଟିଏ ପୁରୁଣା ସଡକ ମିଳିଛି l କୁହାଯାଉଛି ଯେ ସେହି ସମୟରେ ବେନିସ ର ଏହି ଭାଗ ସମ୍ପୂର୍ଣ ଭାବରେ ଶୁଖିଲା ଥିଲା l କିନ୍ତୁ ବର୍ତମାନ ସମୁଦ୍ର ପାଣିରେ ବୁଡି ଯାଇଛି l ବେନିସ ଲାଗୁନ ର ତଳେ ଥିବା ଏହି ସଡକ କୁ ପ୍ରତ୍ନତତ୍ୱ ବିଭାଗକାରୀ ମାନେ ମତାମତ ଦେଇଛନ୍ତି l ତାର ନକ୍ସା ମଧ୍ୟ ଜାରି କରାଯାଇଛି l ତା ସହିତ ପ୍ରାଚୀନ କାଳରେ ସେହି ସଡକ କିପରି ଦେଖା ଯାଉଥିଲା ତାର ଫଟୋ ମଧ୍ୟ ଜାରି କଇଛନ୍ତି l

ଅସଲ କଥାଟି ହେଲା ଏହି ସାଦକକୁ ୧୯୮୦ ମସିହାରେ ଖୋଜା ଯାଇଥିଲା l କିନ୍ତୁ ତାର ପୁଷ୍ଟି କରିବା ପାଇଁ ଦୀର୍ଘ ସମୟ ଲାଗିଥିଲା ଗବେଷଣା କରିବା ପାଇଁ l ରୋମ ସାମ୍ରାଜ୍ୟର ଏହି ସଡ଼କଟି ବୋନିସ ର ବାହାର ଲଗୁନ ରେ ରହିଛି l ଏହି ସଡ଼କଟି ବୋନିସ ତିଆରି ହେବାର ଅନେକ ବର୍ଷ ପୂର୍ବରୁ ତିଆରି ହୋଇଥିଲା l ସେତେବେଳେ କେହି ବୋନିସ ବିଷୟରେ ଜାଣି ମଧ୍ୟ ନଥିଲେ l ସେତେବେଳେ ଏହା ମୁଖ୍ୟ ସଡକ ମାର୍ଗ ଥିଲା l

ଯେଉଁଠୁ ଅନେକ ଗଳି ଓ ରାସ୍ତା ବାହାରୁ ଥିଲା l ଯେଉଁଠାରେ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ଥିଲା l ଏହି ସଡକର ଉଭୟ ପାର୍ଶ୍ୱରେ କିଭଳି ପ୍ରତିଷ୍ଠାନ ଥିଲା ସେହି ବିଷୟରେ ଅଧୟନ କରାଯାଉଛି l ଗୋଟିଏ ଅଧୟନ ଅନୁସାରେ ଜଣା ପଡିଛି ଯେ ବୋନିସ ଲଗୁନ ର ନିର୍ମାଣ ସମୁଦ୍ରର ଜଳସ୍ତର ବଢିବା କାରଣରୁ କରାଯାଇଥିଲା l ରୋମ ସାମ୍ରାଜ୍ୟ ପାଖାପାଖି ୨ହଜାର ବର୍ଷ ପୁରୁଣା ଅଟେ l ସେବେଠାରୁ ନେଇ ବର୍ତମାନ ପର୍ଯ୍ୟନ୍ତ ସମୁଦ୍ରର ଜଳସ୍ତର ଅଢେଇ ମିଟର ଅର୍ଥାତ ପାଖାପାଖି ୮ ଫୁଟ ଉପରକୁ ଆସିଥିଲା l ପ୍ରତ୍ନତତ୍ତ୍ୱବିତ ମାନେ ମତ ଦେଇଛନ୍ତି ଏଠାରେ ଆଗରୁ ଅନେକ ଗାଁ ଥିଲା l ଯାହା ଧୀରେ ଧୀରେ ବିକଶିତ ହୋଇ ସହର ହୋଇ ଯାଇଛି l

Comments are closed.