ନୂଆପଡା-୨୩/୭ ସକାଳ ଖବର (ସୁରେନ୍ଦ୍ର ତିୱାରି) ଜିଲ୍ଲା ସଦର ମହକୁମା ଦୈନିକ ବଜାର ସାମନ୍ୟ ମୌସୁମୀ ବର୍ଷାରେ ପାଣି କାଦୁଅ ରେ ସରସର। ଏହି ବଜାର ଭିତରେ ଏନଏନସି କାର୍ଯ୍ୟାଳୟ ଅବସ୍ଥିତ ହେଲେ ଅଧିକାରୀଙ୍କୁ କିଛି ଦେଖା ଯାଉନାହିଁ। ଦୈନିକ ଏନଏସି କର୍ମଚାରୀ ଯିବାଆସିବା କରୁଛନ୍ତି ହେଲେ ମୋରମ ଟିକେ ହେଲେ ପଡୁନି । ପରିବା ବଜାର ହେଉ ଅବା ମାଛ ମାଂସ ଦୋକାନ ସବୁ ଆଡେ କାଦୁଅ ପଚପଚ ଓ ସନ୍ତସନ୍ତିଆ। ପନିପରିବା ସଉଦାପତ୍ର କରିଆସୁଥିବା ଲୋକଙ୍କ ଅବସ୍ଥା କହିଲେ ନସରେ। ସାପ୍ତାହିକ ହାଟ ମଧ୍ୟ ଏହି ସ୍ଥାନ ରେ ବସୁଥିବାରୁ ସେ ଦିନ ଆହୁରି ଅବସ୍ଥା ଦୟନୀୟ ହୋଇପଡେ। ହେଲେ ଏସବୁ ପ୍ରତି କାହାରି ନିଘା ନାହିଁ, ଏନଏସି ଟ୍ୟାକ୍ସ ନେବାକୁ ଆଗ ଓ ମୌଳିକ ସୁବିଧା ଦେବାକୁ ପଛରେ ବୋଲି ଉପହାସ କରାଯାଉଛି। ଏଣୁ ସାପ୍ତାହିକ ହାଟକୁ ସ୍ଥାନାନ୍ତର କରାଯାଉ ଅଥବା ସବୁଆଡେ କଂକ୍ରିଟ କରାଯାଉ ବୋଲି ସାଧରଣ ରେ ଦାବି ହେଉଛି। ପନିପରିବା ଓ ମାଛ ମାଂସ ଦର ରେ ମଧ୍ୟ ଏନଏସି କାର୍ଯ୍ୟାଳୟ ର ନିୟନ୍ତ୍ରଣ ରହୁନଥିବାରୁ ଦର ମନମୁଖୀ ରୂପେ ଵୃଦ୍ଧି କାରାଯାଉଛି , ଖାଉଟିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି। ଏସବୁ ସମସ୍ୟା ଉପରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି।
Comments are closed.