ନୂଆପଡା-୨୩/୭ ସକାଳ ଖବର (ସୁରେନ୍ଦ୍ର ତିୱାରି) ଆଜି ଦୁଇ ଗୋଟି ନ୍ୟାୟାଳୟର ନୂତନ କାର୍ଯ୍ୟାଳୟ କୋଠା ଉଦଘାଟିତ ହୋଇଯଇଛି। ଭର୍ଚୁଆଲ ବୈଠକ ମାଧ୍ୟମରେ ଦୁଇ ଗୋଟି ନୂତନ କୋର୍ଟ କାର୍ଯ୍ୟାଳୟ କୋଠା ଯଥା ସିନାପାଲି ଜେଏମଏଫସି କୋର୍ଟ କୋଠା ଏବଂ କୋମନା ଠାରେ ଗ୍ରାମ୍ୟ କୋର୍ଟ କାର୍ଯ୍ୟାଳୟ କୋଠା ଉଦଘାଟିତ ହୋଇଯାଇଛି। ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ଃ. ଏସ.ମୂରଲୀଧର ଆନୁଷ୍ଠାନିକ ଭାବରେ କୋମନା ଠାରେ ଗ୍ରାମ୍ୟ ନ୍ୟାୟାଳୟ ର ନୂତନ କୋଠ ଉଦଘାଟନ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ ସୌମ୍ୟ ପ୍ରିୟଦର୍ଶିନୀ, ସବ ଜଜ୍ ନୂଆପଡା ସୁଧୀର ମିଶ୍ର, କୋମନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟ, ନୂଆପଡା ଜିଲ୍ଲାପାଳ ସ୍ବାଧା ଦେବ ସିଂ ନୂଆପଡା ଏସପି ପ୍ରତ୍ୟୁଷ ଦିବାକର, ଯୋଗ ଦେଇଥିବା ବେଳେ କୋମନା ଓକିଲ ସଂଘ ସଭାପତି ପ୍ରଶାନ୍ତ ପାଢ଼ୀ, ସମ୍ପାଦକ ପ୍ରଦୀପ ସାହୁ ଯୋଗଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ କୋମନା ଓକିଲ ସଂଘର ସଦସ୍ୟମାନେ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ।
Comments are closed.