Odisha news

ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ପରିବା ବଗିଚା ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କଲେ ବିଡ଼ିଓ

ନୂଆପଡା-୨୩/୭ ସକାଳ ଖବର (ସୁରେନ୍ଦ୍ର ତିୱାରି) ବୋଡେ଼ନ ବ୍ଲକ ରେ ଚଳିଥିବ ଓଡିଶା ଜୀବିକ ମିଶନ ଓ ଏମଜିଏନଆରଇଜିଏ ଯୋଜନା ରେ ଗ୍ରାମ୍ୟ ଆବାସ ନିର୍ମାଣ, ମୋ ବଗିଚା ଇତ୍ୟାଦି କାର୍ଯ୍ୟ ଲରକା ଓ ରୋକାଲ ପଞ୍ଚାୟତ ଅଞ୍ଚଳରେ ବିଡ଼ିଓ ତଦାରଖ କରିଥିଲେ। ରୋକାଲ ଗ୍ରାମ ପଞ୍ଚାୟତ ରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ହୋଇଥିବା ମୋ ଉପକାରୀ ବଗିଚା କୁ ବୋଡେ଼ନ ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ଭୋଇ ପରିଦର୍ଶନ କରି, ଧାଡି ଚାଷ କରିବା ସହ ଆବଶ୍ୟକ ପରିମାଣରେ ଜୈବିକ ସାର ବ୍ୟବହାର କରାଯାଇ ଉତ୍ତମ ଗୁଣବତ୍ତା ପରିବାଚାଷ କରାଯାଇଥିବା ରୁ ସନ୍ତୋଷବ୍ୟକ୍ତ କରିଥିଲେ। ଏହା ଦ୍ବାରା ଉତ୍ପାଦିତ ଦ୍ରବ୍ୟର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ହୁଏନାହିଁ ବୋଲି ପ୍ରକାଶ କରିଥିଲେ । ଜୈବିକ ସାର ବ୍ୟବହାର ଦ୍ବାରା ମାଟିର ଉର୍ବରତା କୁ ବଜାୟ ରଖିବାରେ ସହାୟକ ହେବା ସହ ଉତ୍ପାଦନ ମଧ୍ୟ ଭଲ ହୋଇଥାଏ ବୋଲି ପରାମର୍ଶ ଦେଇଥିଲେ। ମୋ ଉପକାରୀ ବଗିତା ଦେଖି ମହିଳାଙ୍କ ଏଭଳି ସୁନ୍ଦର ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ଗସ୍ତ ବେଳେ ଏପିଓ, ଯନ୍ତ୍ରୀ ଜିଆରଏସ ଓ ସ୍ୱୟଂ ସହାୟକ ଦଳର ମହିଳାମାନେ ଉପସ୍ଥିତ ଥିଲେ।

Comments are closed.