ଜ୍ୱର ,ଥଣ୍ଡା ,କାଶ , ଗଣ୍ଠି ଯନ୍ତ୍ରଣା , ଏହି ସମସ୍ତ ରୋଗ ପାଇଁ ବର୍ଷା ଋତୁରେ ଗୋଟିଏ ସାଧାରଣ କଥା l କିନ୍ତୁ ଏହି କଷ୍ଟ ଅଧିକ ଯନ୍ତ୍ରଣା ଦାୟକ ହୋଇଥାଏ l ଏହି ସମସ୍ୟା ରୁ ନିଜକୁ ରକ୍ଷା କରିବା ପାଇଁ ଆମେ ବିଭିନ୍ନ ପ୍ରକାରର ରାସ୍ତା ଆପଣାଇ ଥାଉ l ଆୟୁର୍ବେଦ ଅନୁସାରେ ଏପରି ଅଧିକାଂଶ ଘରୋଇ ଉପାୟ ରହିଛି ଯାହାଦ୍ୱାରା ଆମେ ନିଜକୁ ସୁସ୍ଥ ରଖି ପରିବା l
* କଞ୍ଚା ହଳଦୀ ଓ ଅଦା – କଞ୍ଚା ହଳଦୀରେ ଫ୍ଲେବୋନାଏଡ଼ ଓ ଆଣ୍ଟି ଏଜିଙ୍ଗ ତତ୍ୱ ଭରପୁର ମାତ୍ରାରେ ରହିଛି l ଏହାକୁ ସେବନ କରିବା ଦ୍ୱାରା ଫୁସଫୁସ କୁ ଶକ୍ତି ମିଳିଥାଏ l ଆପଣ ୫୦ – ୫୦ ଗ୍ରାମ ବରାବର ମାତ୍ରାରେ କଞ୍ଚା ହଳଦୀ ଓ ଅଦା ନିଅନ୍ତୁ l ଏହାକୁ ଗୋଟିଏ ଡବାରେ ପୁରାଇ ନିଅନ୍ତୁ ,ଏଥିରେ କିଛି ମାତ୍ରାରେ ଲୁଣ ଛିଞ୍ଚି ଦିଅନ୍ତୁ ଓ ସାମାନ୍ୟ ଲେମ୍ବୁ ଚୁପଡି ଦିଅନ୍ତୁ l ଏହାକୁ ଜ୍ୱର ଆସିବା ମାତ୍ର କେ ସେବନ କରିବା ଦ୍ୱାରା ତାପମାତ୍ରା ନିୟନ୍ତ୍ରିତ ରହିଥାଏ l
* ତୁଳସୀ ପତ୍ର – ତୁଳସୀର ଦୁଇଟି ପତ୍ର ଅଧା କପ ପାଣିରେ ପେଷି ଦିଅନ୍ତୁ l ଏହି ପାଣିକୁ ଉଷୁମ କରି ସେବନ କରନ୍ତୁ l ଏହାଦ୍ୱାରା ନାକ ବୋହିବା କମିବ ଓ ଥଣ୍ଡାରୁ ଆରମ୍ ମିଳିବ l
* ଅଦା ହଳଦୀ ଓ ଗୁଡ଼ – ପୁରୁଣା ଶ୍ୱାସ ଓ କାଶ ସମସ୍ୟା ପାଇଁ ଆପଣ ହଳଦୀ ,ଗୁଡ଼ ଓ ଅଦା ୨୦ ଗ୍ରାମ ଲେଖାଏଁ ନେଇ ପେଷି ଦିଅନ୍ତୁ l ଏଥିରେ ଦେଶୀ ଘିଅ ସମାନ ପରିମାଣର ମିଶାଇ ସେବନ କଲେ ଆରମ୍ ପାଇବେ l ଏହାକୁ କେବଳ ୨ – ୩ ଦିନ ପର୍ଯ୍ୟନ୍ତ ସେବନ କରିବାକୁ ପଡିବ l
* ହର୍ବାଲ ପାନୀୟ – ଅଧ ଚାମଚ ଶୁଖିଲା ହଳଦୀ , ୨ଟି ଗୋଲ ମରିଚ , ଅଦା ଏକ ଖଣ୍ଡ , ଦୁଇଟି ତୁଳସୀ ପତ୍ର ମିଶାଇ ଗୋଟିଏ ଗ୍ଲାସ ପାଣିରେ ଫୁଟାଇ ନିଅନ୍ତୁ l ପାଞ୍ଚ ମିନିଟ ଫୁଟିବା ପରେ ଏହାକୁ ଛାଣି ଏଥିରେ ସାମାନ୍ୟ ଗୁଡ଼ ଓ ଲେମ୍ବୁ ମିଶାଇ ଉଷୁମ ଉଷୁମ ସେବନ କରନ୍ତୁ l ଏପରି କରିବା ଦ୍ୱାରା ଜ୍ୱର ,କାଶ ,ଥଣ୍ଡା ଓ କଫ ରୁ ଆରମ୍ ମିଳିବ l
Comments are closed.