ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ଏବଂ ଏହା ମଧ୍ୟଦେଇ ଅଧିକ ବିଶେଷ ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି
ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ମଧ୍ୟରୁ ଏବଂ ଏହା ମଧ୍ୟଦେଇ ଆହୁରି ଅଧିକ ବିଶେଷ ଟ୍ରେନ :
√● ଅଗଷ୍ଟ ଶେଷ ସପ୍ତାହ ପର୍ଯ୍ୟନ୍ତ ଅଗରତାଲା-ବାଙ୍ଗାଲୋର ବିଶେଷ ଟ୍ରେନ ଚଳାଚଳ |
√● ଭୁବନେଶ୍ୱର ଏବଂ କ୍ରିଷ୍ଣାରାଜପୁରମ୍ (ବାଙ୍ଗାଲୋର) ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ |
√● ଖୋର୍ଦ୍ଧା ରୋଡ଼-ଉଧନା ମଧ୍ୟରେ ଆହୁରି ଏକ ବିଶେଷ ଟ୍ରେନ୍ |
√● ଭୁବନେଶ୍ୱରରୁ ଲୋକାମାନ୍ୟ ତିଳକ ଟର୍ମିନାସ ବିଶେଷ ଟ୍ରେନ୍ |
ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ଏବଂ ଏହା ମଧ୍ୟଦେଇ ଅଧିକ ବିଶେଷ ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି | ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ମଧ୍ୟରୁ ୬ ଯୋଡ଼ା ବିଶେଷ ଟ୍ରେନ ଚଳାଚଳ କରିବାକୁ ଥିବାବେଳେ ଏହା ମଧ୍ୟଦେଇ ଏକ ଯୋଡ଼ା ବିଶେଷ ଟ୍ରେନ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ | ଏହା ବ୍ୟତୀତ, ଆହୁରି କିଛି ବିଶେଷ ଟ୍ରେନ୍ ମଧ୍ୟ ନିମ୍ନଲିଖିତ ଅନୁଯାୟୀ ପୂର୍ବତଟ ରେଳପଥ ପରିସୀମାରୁ ସ୍ଥିରୀକୃତ ସମୟ ମଧ୍ୟରେ ନିମ୍ନ ଅନୁଯାୟୀ ଚଳାଚଳ କରିବ …
ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବା ବିଶେଷ ଟ୍ରେନ _
A. 02885/02886 ଭୁବନେଶ୍ୱର-କୃଷ୍ଣରାଜପୁରମ୍ (ବାଙ୍ଗାଲୋର)-ଭୁବନେଶ୍ୱର ହମସଫର ବିଶେଷ ଟ୍ରେନ ଭୁବନେଶ୍ୱରରୁ 14 ଜୁଲାଇ ଠାରୁ ପ୍ରତ୍ୟେକ ବୁଧବାର ଏବଂ କୃଷ୍ଣରାଜପୁରମ୍ରୁ 15 ଜୁଲାଇ ଠାରୁ ପ୍ରତ୍ୟେକ ଗୁରୁବାର ଦିନ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |
B. 08570/08569 ବିଶାଖାପାଟନମ୍-ଭୁବନେଶ୍ୱର-ବିଶାଖା
C. 08573/08574 ବିଶାଖାପାଟନମ୍-ଭଗତ କି କୋଠି-ବିଶାଖାପାଟନମ୍ ସ୍ପେଶାଲ୍ ଭାୟା ରାୟାଗଡା ଓ ଟିଟିଲାଗଡ ବିଶାଖାପାଟଣା ଠାରୁ 8 ଜୁଲାଇରୁ ପ୍ରତ୍ୟେକ ଗୁରୁବାର ଦିନ ଏବଂ ଭଗତ କି କୋଠିରୁ 10 ଜୁଲାଇ ଠାରୁ ପ୍ରତ୍ୟେକ ଶନିବାର ଦିନଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |
D. 08572/08571 ବିଶାଖାପାଟନମ୍-ଟାଟା ନଗର-ବିଶାଖାପାଟନମ୍ ସ୍ପେଶାଲ୍ ଭାୟା ଭୁବନେଶ୍ୱର ଓ କେନ୍ଦୁଝର ଗଡ଼ ବିଶାଖାପାଟଣାରୁ 11 ଜୁଲାଇରୁ ପ୍ରତି ରବିବାର ଦିନ ଏବଂ ଟାଟାରୁ 12 ଜୁଲାଇ ଠାରୁ ପ୍ରତ୍ୟେକ ସୋମବାର ଦିନ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |
E. 08564/08563 ବିଶାଖାପାଟନମ୍ବି-ଦିଘା-ବିଶାଖାପା
F. 08565/08566 ବିଶାଖାପାଟନମ୍-ନନ୍ଦେଡ୍-ବିଶାଖାପା
G. 02609/02610 ସନ୍ତ୍ରାଗାଛି-ତିରୁପତି-ସନ୍ତ୍ରାଗା
ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ _
A. 02984/02983 ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ-ଅଗରତାଲା ସ୍ପେଶାଲ 6 ଜୁଲାଇରୁ 24 ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର ଦିନ ଅଗରତାଲା ୦୬ଘ.୧୦ମି.ରେ ଛାଡିବ ଏବଂ ବାଙ୍ଗାଲୋର କ୍ୟାଣ୍ଟ ରୁ 9 ଜୁଲାଇରୁ 27 ଅଗଷ୍ଟ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଛାଡିବ |
B. 08415/08416 ଭୁବନେଶ୍ୱର-କୃଷ୍ଣରାଜପୁରମ୍-ଭୁବନେ
C. ବିଜୟନଗରମ ଓ ଟିଟିଲାଗଡ଼ ମାର୍ଗ ଦେଇ 08585/08586 ଖୋର୍ଦ୍ଧା ରୋଡ-ଉଦନା-ଖୋର୍ଦ୍ଧା ରୋଡ ବିସସ ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ଜୁଲାଇ ମାସ ୧୨ ତାରିଖ (ସୋମବାର) ରାତ୍ରି ୮ଘ.୩୦ମି.ରେ ଛାଡି ୧୪ ଜୁଲାଇ, 2021 (ବୁଧବାର) ଦିନ ଭୋର ୩ଘ.୪୦ମି.ରେ ଉଦନାରେ ପହଞ୍ଚିବ | ଫେରିବା ମାର୍ଗରେ ହିଁ ଟ୍ରେନ ଉଦନା ଠାରୁ ୧୪ ଜୁଲାଇ 2021 (ବୁଧବାର) ଦିନ ସକାଳ ୬ ଘଟିକାରେ ଛାଡି ୧୫ ଜୁଲାଇ, 2021 (ଗୁରୁବାର) ଦିନ ଅପରାହ୍ନ ୩ଘ.୪୦ମି.ରେ ଖୋର୍ଦ୍ଧା ରୋଡରେ ପହଞ୍ଚିବ |
D. 08575 ଭୁବନେଶ୍ୱରରୁ ମୁମ୍ବାଇ ଏଲଟିଟି ମଧ୍ୟରେ ଏକ ବିଶେଷ ଟ୍ରେନ ଚଳାଚଳ କରିବ | ଏହି ଟ୍ରେନ୍ ବିଶାଖାପାଟନମ୍-ବିଜୟୱାଡା ଓ ସିକନ୍ଦରାବାଦ ମାର୍ଗଦେଇ ଭୁବନେଶ୍ୱରରୁ 7 ଜୁଲାଇ, 2021 (ବୁଧବାର) ଦିନ ଅପରାହ୍ନ ୪ ଘଟିକାରେ ଛାଡି ଏଲଟିଟି ଠାରେ ଶୁକ୍ରବାର ଭୋର ୪ଘ. ୧୫ମି.ରେ ପହଞ୍ଚିବ |

Comments are closed.