Odisha news

ବର୍ବରୋଚିତ ହତ୍ୟା : ଅର୍ଦ୍ଧଦଗ୍ଧ ଶବ ଜବତ , ସ୍ୱାମୀ ଅଟକ

ହିଞ୍ଜିଳିକାଟୁ,୧/୭(ନିପ୍ର):-ଭଉଣୀକୁ ଦୀର୍ଘ ଦିନ ଧରି ମାନସିକ ଓ ପାଶବିକ ନିର୍ଯାତନା ଦେଉଥିଲେ ସ୍ୱାମୀ ଓ ଶାଶୂ ପରିବାର ଲୋକ। ନୃଶଂସତାର ସବୁ ସୀମା ଲଙ୍ଘି ଶେଷରେ ସ୍ୱାମୀ ସାଜିଲା ସୈତାନ।ସ୍ୱାମୀ,ଦିଅର,ନଣନ୍ଦ ଓ ଶାଶୁ ସମସ୍ତେ ମିଳିମିଶି ମୋ ଭଉଣୀକୁ ପୋଡି ମାରିଦେଲେ। ପାପ ଲୁଚାଇବା ପାଇଁ ଆତ୍ମହତ୍ୟାର ମିଛ କାହାଣୀ ରଚିଲେ।ଭଉଣୀ ମୃତ୍ୟୁର ଏଭଳି ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି ଝିଅର ଭାଇ। ଗଞ୍ଜାମ ପୁଲିସ ଜିଲ୍ଲା ହିଞ୍ଜିଳିଥାନାର ପୋୖରାଞ୍ଚଳରେ ଗୁରୁବାର ସକାଳୁ ସକାଳୁ ଘଟିଯାଇଛି ଏହି ଲୋମଟାଙ୍କୁରା ଘଟଣା।ଖବର ପାଇ ସ୍ଥାନୀୟ ପୁଲିସ ହିଞ୍ଜିଳିକାଟୁ ପୋୖରାଞ୍ଚଳର ୧୬ନଂ ୱାର୍ଡ ଶ୍ରୀକ୍ଷେତ୍ର ମାର୍ଗ-୨ରେ ପହଞ୍ଚି ଏକ ଘରୁ ଜଣେ ବିବାହିତା ମହିଳାଙ୍କ ବିଭତ୍ସ ତଥା ଅର୍ଦ୍ଧଦଗ୍ଧ ଶବକୁ ପୁଲିସ ଉଦ୍ଧାର କରିଛି।ଏହି ଲୋମହର୍ଷକ ଘଟଣାର ପ୍ରାୟ ୨ ଘଣ୍ଟା ବିଳମ୍ବରେ ଝିଅର ପରିବାରକୁ ପୁଅ ପରିବାର ଖବର  ବୋଲି ମୃତକର ଭାଇ ପୁଲିସ ନିକଟରେ ଅଭିଯୋଗ କରିଛି।ହତ୍ୟା ସନ୍ଦେହରେ ପୁଲିସ ସ୍ୱାମୀକୁ ଥାନାକୁ ନେଇ ଅଟକ ରଖି ପଚରା ଉଚୁରା କରୁଛି।

ଏଭଳି ବର୍ବରୋଚିତ ହତ୍ୟାକାଣ୍ଡରେ ତାର ସ୍ୱାମୀ ଓ ଶାଶୂଘର ଲୋକେ ତାଙ୍କ ଭଉଣୀକୁ ମାରିଦେଇଥିବା ସନ୍ଦେହ କରି ମୃତକର ଭାଇ ଥାନାରେ ଅଭିଯୋଗ କରିଛି।ମୃତ ମହିଳା ଜଣଙ୍କ ହେଲେ ଆର.ତିରୁପତି ଦୋରାଙ୍କ ପତ୍ନୀ ଆର. ରାଣୀ ଦୋରା(୩୪)।ପୋୖରାଞ୍ଚଳର ଗଜପତି ନଗରରେ ଝିଅ ବାପଘର ବୋଲି ପୁଲିସ ସୂଚନା ଦେଇଛି।ମୃତ ଆର.ରାଣୀଙ୍କ ଭାଇ ପି ଶଙ୍କର ରାଓ ଦେଇଥିବା ଏତଲା ପ୍ରକାରେ ଗୁରୁବାର ସକାଳ ୬ ଘଣ୍ଟା ସମୟରେ  ଭଉଣୀର ଦିଅର ଆର ନାଗେଶ୍ୱର ଦୋରା ତୁମ ଭଉଣୀ ପୋଡିଯାଇଛି ଏବଂ ତୁମେ ଆମ ଘରକୁ ତୁରନ୍ତ ଆସିଲେ ତାଙ୍କୁ ମେଡ଼ିକାଲ ନେବା ବୋଲି ଶଙ୍କରଙ୍କୁ ଡାକିଥିଲେ।ଭଉଣୀର ଶାଶୂଘରେ ଶଙ୍କର ପହଞ୍ଚି ଭଉଣୀର ବିଭତ୍ସ ତଥା ଅର୍ଦ୍ଧଦଗ୍ଧ ମୃତ ଶରୀର ଚଟାଣ ଉପରେ ପଡିଥିବା  ଦେଖିଥିଲେ। ଘଟଣା ସମ୍ପର୍କରେ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କୁ ପଚାରିଥିଲେ। ସେ କେମିତି ମରିଛି ଆମେ କିଛି ଜାଣିନୁ ବୋଲି ଶାଶୂଘର ଲୋକେ ପ୍ରକାଶ କରିଥିଲେ।ଘରେ  ସ୍ୱାମୀ,ଦିଅର,ଶାଶୁ,ନଣନ୍ଦ ଓ ନଣନ୍ଦର ୪ ଝିଅ ସମେତ ତାଙ୍କ ଭଉଣୀର ଗୋଟିଏ ପୁଅ ଓ ଝିଅ ରହୁଥିଲେ ବୋଲି ଭାଇ ଶଙ୍କର ଉଲ୍ଲେଖ କରିଛନ୍ତି।ଅଧିକାଂଶ ସମୟରେ ସ୍ୱାମୀ ଓ ଶାଶୂଘର ତାଙ୍କ ସହ ଝଗଡା କରିବା ସହ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଛନ୍ତି ବୋଲି ଭାଇ ଶଙ୍କରକୁ ଭଉଣୀ ରୀତିମତ ଜଣାଉଥିଲେ।

ଭଉଣୀର ମୃତ୍ୟୁ ଘଟଣାରେ ସେମାନଙ୍କ ସମ୍ପୃକ୍ତି ରହିଛି ବୋଲି ଦାୟୀ କରି ଶଙ୍କର ଆଶଙ୍କା ପ୍ରକାଶ କରିଛନ୍ତି।ମୋ ଭଉଣୀକୁ ତାର ସ୍ୱାମୀ ଓ ତା ଶାଶୂଘର ଲୋକେ ଜୀବନରେ ମାରିଦେଇଛନ୍ତି ବୋଲି ସେ ଏତଲାରେ ଅଭିଯୋଗ କରିଛନ୍ତି।ଉକ୍ତ ସମ୍ବେଦନଶୀଳ ଘଟଣାର ଅଧିକ ତଦନ୍ତ ପାଇଁ  ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ଉମା ଶଙ୍କର ସିଂ ଏବଂ ଫରେନସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଚଳାଇ ନମୁନା ସଂଗ୍ରହ କରିଛନ୍ତି।

ଏଭଳି ଏକ ସ୍ପର୍ଶକାତର ଘଟଣାରେ ପୁଲିସ ଏତଲାରେ ଅଭିଯୋଗ,ପରିବାରର ସଦସ୍ୟଙ୍କ ହାବଭାବ,ଅର୍ଦ୍ଧଦଗ୍ଧ ଶବ ସହ ଏହାର ପାରିପାର୍ଶ୍ବିକ ଅବସ୍ଥିତି, ଫରେନସିକ ସାଇଣ୍ଟିଫିକ ଟିମର ନମୁନା ପରୀକ୍ଷଣ ଏବଂଶବ ବ୍ୟବଚ୍ଛେଦ ରିପୋର୍ଟ ଆଦି ବିଭିନ୍ନ ଦିଗକୁ ନେଇ ତଦନ୍ତ ହେଲେ ବର୍ବରୋଚିତ ଘଟଣାର ପର୍ଦ୍ଦାଫାସ ହୋଇ ବୋଲି ମତ ପ୍ରକାଶ ପାଇଛି।ପୁଲିସ ୩୪୫/୨୧ ରେ ଏକ ମାମଲା ରୁଜ୍ଜୁ କରି ଶବ ଜବତ କରିଛି। ନିର୍ବାହୀ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ବଡ ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଚାଲିଥିବା ହିଞ୍ଜିଳିଥାନା ଏସଆଇ ତଥା ତଦନ୍ତକାରୀ ଅଧିକାରୀ ବାସୁଦେବ ଭୋଇ ସୂଚନା ଦେଇଛନ୍ତି।

Nalco

Comments are closed.