ଆନନ୍ଦପୁର : ଆଜି ଆନନ୍ଦପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିବା ସହ କାର୍ଯ୍ୟରତ ଏବିଓ ଅଭିମନ୍ୟୁ ସାହୁ ଙ୍କୁ ଲାଞ୍ଚ ନେଉଥିବା ସମୟରେ ଧରି ଗିରଫ ମଧ୍ୟ କରିଛି। ଜଣେ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ଓ କେନ୍ଦୁଝର ଭିଜିଲାନ୍ସ ବିଭାଗ ମିଳିତ ଚଢାଉ କରିଥିଲେ ।ସୂଚନା ଅନୁସାରେ ଶିକ୍ଷକ ସୋମନାଥ ରାମଙ୍କ ନାମରେ ଏକ ବିଭାଗିୟ ପ୍ରେସିଡିଂ କୁ ରଫାଦଫା ପାଇଁ ଏବିଓ ଅଭିମନ୍ୟୁ ସାହୁ ଲାଞ୍ଚ ମାଗିଥିବା ଜଣା ପଡିଛି ।
ଏହି ଘଟଣାରେ ଭିଜିଲାନ୍ସ ବିଭାଗ ଏବିଓ ଙ୍କୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରୀ ରଖିଛି। ତେବେ ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟରେ ଏବିଇଓ ଙ୍କ ଭୂମିକା କୁ ନେଇ ଉଠିଛି ପ୍ରଶ୍ନ, ତେବେ ଉକ୍ତ ଶିକ୍ଷକ ଦେଇଥିବା ଲାଞ୍ଚ ଟଙ୍କା କାହା ଉଦ୍ଦେଶ୍ୟ ରେ ଥିଲା ? ଏଥିରେ ଉଚ୍ଚ ଅଧିକାରୀଙ୍କ ହାତ ନାହିଁତ, ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ଭିଜିଲାନ୍ସ ବିଭାଗ ଏହାଉପରେ ଗୁରୁତ୍ୱ ଦେଇ ତଦନ୍ତ କଲେ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରନ୍ତା ବୋଲି ଅନୁମାନ କରାଯାଉଛି । ତେବେ ଏହି ଘଟଣା କୁ ରଫା ଦଫା କରିବା ପାଇଁ ଉଦ୍ୟମ ଚାଲିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

Comments are closed.