Odisha news

ଅଗ୍ନି ବିପନ୍ନ ପରିବାରଙ୍କୁ ପ୍ରଦେଶ ସେବା ସଙ୍ଗଠନର ସହାୟତା

ତିହିଡ଼ି,୨୧ା୦୬.ତିହିଡି ବ୍ଲକ ଅଧିନ ପୀରହାଟ ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପଦେଶ ସେବା ସଙ୍ଗଠନ ପକ୍ଷରୁ ପୀରହାଟ ମୁସଲମାନ ବସ୍ତିରେ ହୋଇଥିବା ଅଗ୍ନିକାଣ୍ଡରେ ବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି । ସଙ୍ଗଠନର ସଦସ୍ୟ ଓ କର୍ମକର୍ତ୍ତା ମାନେ ବିପନ୍ନ ସାହାଜୀ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ୧ମାସ ଲାଗି ରାସନ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପ୍ରଦାନ କରଛନ୍ତି । ସେହିପରି ସପ, ବାଲ୍ଟି ଓ ମଗ ଆଦି ଉପକରଣ ମାନ ମଧ୍ୟ ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ପୀରହାଟ ପାଢୀ ସାହି ମୁସଲମାନ ବସ୍ତିରେ ଜଣେ ମହିଳା ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟି ଯାଇଥିଲା । ଏଥିରେ ଚାଳର ଛପର ପ୍ରାୟ ୨୦ ଫୁଟ ଉପରକୁ ଉଠି ଯାଇଥିଲା । ପ୍ୟାରା ସାହାଜୀ, ମୁସିଦ ସାହାଜୀ, ଝଡିଆ ସାହାଜୀ, ହାକିମୁଦ୍ଦିନ ଖାଁ, କୌସର ସାହା ଓ କୌରା ବିବିଙ୍କର ୮ ବଖରା ଘର ପୋଡି ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ରଞ୍ଜନ ମିଶ୍ର, ଗୌତମ ମିଶ୍ର, ପ୍ରହ୍ଲାଦ ପାଣିଗ୍ରାହୀ, ଚନ୍ଦନ ପାଣିଗ୍ରାହୀ, ବାବୁନୁ ତ୍ରିପାଠୀ, ଧୀରେନ୍ଦ୍ର ବାରିକ, ପବିତ୍ର ମୋହନ ବାରିକ, ଚିତ୍ତରଞ୍ଜନ ସେଠୀ, ଆର୍ତ୍ତବଲ୍ଲଭ ବାରିକ, ଧ୍ରୁବ ପାଣିଗ୍ରାହୀ, ଅକ୍ଷୟ ରଣା, ମୁକ୍ତିକାନ୍ତ ମିଶ୍ର, ଗୋଲକ ବିହାରୀ ସେଠୀ, ସୁଶାନ୍ତ ଦାସ, ସନ୍ନ୍ୟାସୀ ସାହୁ, ମନୋଜ ବେହେରା, ରାଜେନ୍ଦ୍ର ବାରିକ, ମନୋଜ ରାଉଳ, ଭାଗି ମହାନ୍ତି, ସେକ ସାଦବ କାଦିର, ତପନ ଦାଶ, କାର୍ତ୍ତିକ ବେହେରା, ଶିବାଜୀ ଦାସ, ମଣ୍ଟୁ କର, ଓ ଗୋପୀନାଥ ବାରିକ ପ୍ରମୁଖ ସାମିଲ ଥିଲେ ।

Comments are closed.