ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ପତ୍ନୀକୁ ବାମାଙ୍ଗୀ କୁହାଯାଇଥାଏ , ଯାହାର ଅର୍ଥ ହେଉଛି ବାମ ଅଙ୍ଗର ଅଧିକାରୀ । ସେଥିପାଇଁ ପୁରୁଷର ବାମ ଅଂଶ ରେ ସ୍ତ୍ରୀର ଅଧିକାର ବୋଲି ଧରାଯାଏ । ସମସ୍ତ ଶୁଭ କାର୍ଯ୍ୟରେ ପତ୍ନୀକୁ ସ୍ୱାମୀର ବାମ ଅଂଶ ରେ ବସା ଯାଇଥାଏ । ସେଥି ପାଇଁ ସ୍ତ୍ରୀକୁ ସ୍ୱାମୀର ବାମ ଭାଗରେ ବସା ଯାଏ । କଣ ରହିଛି ଏହାର ପୌରାଣିକ ମହତ୍ତ୍ଵ ଆସନ୍ତୁ ଜାଣିବା ।
* ଶାସ୍ତ୍ର ଅନୁସାରେ ଏହାର ସମ୍ପର୍କ ଭଗବାନ୍ ଶିବଙ୍କ ସହିତ ରହିଛି । ପୌରାଣିକ ମାନ୍ୟତା ଅନୁସାରେ ଶିବଙ୍କର ବାମ ଅଙ୍ଗରୁ ନାରୀର ଉତ୍ପତ୍ତି ହୋଇଥିଲା , ଯାହାର ପ୍ରତୀକ ହେଉଛି ଶିବଙ୍କର ଅର୍ଦ୍ଧ ନାରିଶ୍ୱର୍ ରୂପ । ସଭାରେ , ଶୁଭ କାର୍ଯ୍ୟରେ , ଶୋଇବା ସମୟରେ , ଆଶୀର୍ବାଦ ଗ୍ରହଣ କରିବା ବେଳେ , ଭୋଜନ ଗ୍ରହଣ କରିବା ବେଳେ ସ୍ତ୍ରୀକୁ ସ୍ୱାମୀର ବାମ ପାର୍ଶ୍ୱରେ ରହିବା ଉଚିତ୍ । ଏହାଦ୍ବାରା ଶୁଭ ଫଳ ମିଳିଥାଏ ।
* ବାମାଂଗି ହେବା ସହିତ ନାରୀ ମାନଙ୍କୁ ମଧ୍ୟ ଆଉ କିଛି କାର୍ଯ୍ୟ ସହିତ ଯୋଡ଼ା ଯାଇଛି । ଶାସ୍ତ୍ର ଅନୁସାରେ କନ୍ୟାଦାନ , ବିବାହ , ଜାତକ କର୍ମ , ନାମକରଣ ଓ ଅନ୍ନ ପ୍ରାସାନ ସମୟରେ ନାରୀକୁ ପୁରୁଷ ର ଡାହାଣ ପାର୍ଶ୍ଵରେ ବସିବା ଆବଶ୍ୟକ ।
* ସ୍ବାମୀ ସ୍ତ୍ରୀର ବାମ କିମ୍ବା ଦକ୍ଷିଣ ପାର୍ଶ୍ଵରେ ବସିବାର ପଛରେ ତର୍କ ରହିଛି ଯେ ଯେଉଁ କାର୍ଯ୍ୟ ସାଂସାରିକ ହୋଇଥାଏ ସେଥିରେ ବାମ ପାର୍ଶ୍ୱରେ ବସିବା ଉଚିତ୍ । କାରଣ ଏହି କାର୍ଯ୍ୟ ସ୍ତ୍ରୀ ପ୍ରଧାନ କାର୍ଯ୍ୟ ଅଟେ । ଯଜ୍ଞ , କନ୍ୟାଦାନ ଏହି ଗୁଡ଼ିକ ପୁରୁଷ ପ୍ରଧାନ କାର୍ଯ୍ୟ ଅଟେ , ଯେଉଁଥିରେ ଦକ୍ଷିଣ ପାର୍ଶ୍ଵରେ ବସିବା ଉଚିତ୍ ।
* ଅର୍ଦ୍ଧାଙ୍ଗିଁନୀ ର ଅର୍ଥ କଣ ରହିଛି – ହିନ୍ଦୁ ଧର୍ମରେ ସ୍ତ୍ରୀକୁ ସ୍ୱାମୀର ଅର୍ଦ୍ଧାଙ୍ଗିନୀ କୁହାଯାଏ , ତା ସହିତ ସ୍ତ୍ରୀ ମଧ୍ୟ ବାମାଂଗୀ ଅଟେ । ଯାହାର ଅର୍ଥ ପତ୍ନୀ ସ୍ବାମୀ ର ଅଧା । ଉଭୟଙ୍କର ଅର୍ଥ ସମାନ ।
Comments are closed.