ବୋରିଗୁମ୍ମା (କେ.ସାକିଲି ଦୋରା)—-ମହାମାରୀ କରୋନା କୁ ପ୍ରତିହତ କରିବା ପାଇଁ ଟୀକା ଏକ ମାତ୍ର ବିକଳ୍ପ।କୋରାପୁଟ ଜିଲ୍ଲାରେ ୬୦ ବର୍ଷ ରୁ ଉର୍ଦ୍ଧ୍ବ ଓ ୪୫ ରୁ ୫୯ ବର୍ଷ ମଧ୍ୟରେ ଲୋକେ କୋଭିଡ ଟୀକା ନେଲେଣି। କିନ୍ତୁ ୧୮ ରୁ ୪୪ ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାରେ ଲୋକେ ଟୀକା ନେଇ ନ ଥିଲେ। ଆସନ୍ତା କାଲି ଠାରୁ ଜୟପୁର ଓ ବୋରିଗୁମ୍ମା ଅଞ୍ଚଳରେ ୧୮ ରୁ ୪୪ ବର୍ଷ ର ଲୋକମାନେ କୋଭିଡ ଟୀକା ନେଇପାରିବେ ବୋଲି ପ୍ରଶାସନ ସୂଚନା ଦେଇଛନ୍ତି। ଏଥିପାଇଁ ଜୟପୁର ସହାର ର ଦଶ ଗୋଟି ସ୍ଥାନ ଟୀକା କେନ୍ଦ୍ର ପାଇଁ ନିରୂପଣ କରାଯାଇଛି।
ସେଗୁଡିକ ହେଲା ଟାଉନ ହଲ ,ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ସିଟି ହାଇସ୍କୁଲ, ସରଶ୍ୱେତା ବାଲ ମନ୍ଦିର ଜୟନଗର, ଇଣ୍ଡୋର ଷ୍ଟାଡିୟମ,ସରକାରୀ ଉଚ୍ଚ ବିଦ୍ୟାଳୟ ମେନ ରୋଡ଼, ମୋଡେର୍ଣ ଇଁରାଜୀ ମିଡ଼ିୟମ ସ୍କୁଲ, ଜଗଧାତ୍ରିପୁର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜୟପୁର ୟୁ ପି ଏଚ ସି ରହିଛି। ସେହିଭଳି ବୋରିଗୁମ୍ମା ବ୍ଲକରେ ରେ କୋଭିଡ ଟୀକାକରଣ ପାଇଁ ପାଞ୍ଚୋଟି ସ୍ଥାନ ଧାର୍ଯ୍ୟ କରାଯାଇଛି। ସେଗୁଡିକ ହେଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ବୋରିଗୁମ୍ମା, ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ସସାହାଣ୍ଡି, ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର କୁମୁଲି, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବି .ସିଂହପୁର ଓ ମାଲଦା ରହିଛି।
Comments are closed.