ବୟସ ସହିତ ଜୀବନଯାପନ ପ୍ରଣାଳୀକୁ ମଧ୍ୟ ମଣିଷ ପରିବର୍ତ୍ତନ କରିବା ଆବଶ୍ୟକ ,କାରଣ ବୟସ ସହିତ ଶାରୀରିକ ପରିବର୍ତନ ଏବଂ ହର୍ମୋନଲ ପରିବର୍ତ୍ତନ ମଧ୍ୟ ହୋଇଥାଏ l ୩୦ ବର୍ଷ ବୟସ ରେ ମହିଳା ମାନଙ୍କୁ ଅନେକ ପ୍ରକାରର ଶାରୀରିକ ପରିବର୍ତ୍ତନରେ ଗତି କରିବାକୁ ପଡିଥାଏ l ଏହି ସମୟରେ ଶରୀରକୁ ବିଶେଷ ଶକ୍ତି ର ଆବଶ୍ୟକତା ହୋଇଥାଏ ,ଯାହା ସ୍ୱାସ୍ଥ୍ୟ କର ଖାଦ୍ୟ ଯୋଗୁଁ ସମ୍ଭବ ହୋଇଥାଏ l
ଏହି ସମୟରେ କିଛିଟା ବିଶେଷ ପ୍ରକାରର ଖାଦ୍ୟ ପଦାର୍ଥକୁ ନିଜ ଆହାରରେ ପ୍ରତେକଦିନ ସାମିଲ କରନ୍ତୁ –
* ସୁସ୍ଥ ହାଡ଼ ପାଇଁ – ୩୦ ବର୍ଷ ପରେ ଆମେ ନିଜର ହାଡ଼କୁ ମଜବୁତ ରଖିବା ପାଇଁ ସଠିକ ମାତ୍ରାର ଖାଦ୍ୟ ପଦାର୍ଥକୁ ଧ୍ୟାନ ଦେଲେ ଭବିଷ୍ୟତରେ ଅଷ୍ଟ୍ରିୟ ପୋରସିସ ଓ ଅର୍ଥାରଇଟିସ ସମସ୍ୟା ଦେଖା ଦେଇ ନଥାଏ l ହାଡ଼କୁ ମଜବୁତ କରିବା ପାଇଁ କ୍ୟାଲସିୟମ ଓ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ l ଦୁଗ୍ଧ ,ଦହି ,ସବୁଜ ପନିପରିବା ଓ ମାଛ ଇତ୍ୟାଦି ଖାଇବା ଆବଶ୍ୟକ l
* ଆଣ୍ଟି ଆକ୍ସିଡେଣ୍ଟ ରେ ଭରପୁର ଖାଦ୍ୟ – ନାଲି ଚା ,କଫି ,ବିଭିନ୍ନ ପ୍ରକାର କୋଳି ଇତ୍ୟାଦି ଖାଇବା ଉଚିତ l
* ଭଲ ନିଦ ପାଇଁ – ବୟସ ବଢିବା ସହିତ ବେଳେବେଳେ ନିଦ ମଧ୍ୟ ବାଧା ସୃଷ୍ଟି କରିଥାଏ l ଯାହା ଶରୀର ପାଇଁ କ୍ଷତି କାରକ l ସେଥିପାଇଁ ରାତିରେ ଗୋଟିଏ ଗ୍ଲାସ ଦୂଗ୍ଧ ,ଆଲମଣ୍ଡ ,ଅଖରୋଟ ଇତ୍ୟାଦି ଖାଇବା ଆବଶ୍ୟକ l ତା ସହିତ ଚର୍ବିଯୁକ୍ତ ମାଛ ମଧ୍ୟ ଖାଇବା ଉଚିତ l
* ଏହିସବୁ ଖାଦ୍ୟ ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ – ଏହି ସମୟରେ ଅନେକ କ୍ଷେତ୍ରରେ ରକ୍ତଚାପ ବୃଦ୍ଧି ହେବାର ଦେଖା ଯାଇଥାଏ l ପୋଟାସିୟମ ରେ ଭରପୁର ଖାଦ୍ୟ ପଦାର୍ଥ ନିଜ ଖାଦ୍ୟରେ ସାମିଲ କରନ୍ତୁ l ଯେପରିକି ଆଳୁ ,ବିନ୍ସ ,ପାଳଙ୍ଗ ,ଟମାଟୋ ଓ କଦଳୀ ଇତ୍ୟାଦି l
* କେଉଁ ସବୁ ଖାଦ୍ୟ ପଦାର୍ଥ ଠାରୁ ରଖିବେ ଦୂରତା – ବୟସ ବଢିବା ସହିତ କିଛିଟା ଖାଦ୍ୟରୁ ମଧ୍ୟ ଦୁରେଇ ରହିବା ଆବଶ୍ୟକ l ଯେପରିକି ଚିନି ,ଚାଓ ମିନ ଓ ଅନ୍ୟ ଫାଷ୍ଟ ଫୁଡ ଠାରୁ ଦୁରେଇ ରହିବା ଆବଶ୍ୟକ l