ବର୍ତ୍ତମାନ ଆମେ ଅଧିକ କ୍ଷେତ୍ରରେ ଦେଖିବାକୁ ପାଇଛୁ ଯେ ପ୍ରାୟ ଅଧିକାଂଶ ଲୋକଙ୍କର ଆର୍ଥିକ ପରିସ୍ଥିତି ଠିକ୍ ରହୁନାହିଁ ।ଲୋକ ମାନଙ୍କର ଚାକିରି ପଳାଇବା ସହିତ ସେମାନେ ମଧ୍ୟ ପଇସା ସଞ୍ଚୟ କରି ପାରୁ ନାହାଁନ୍ତି,ଯେଉଁ କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ସ୍ଥଳେ ମଣିଷ ବେଳେବେଳେ ମାନସିକ ଚାପରେ ଭାରାକ୍ରାନ୍ତ ହୋଇ କଣ କରିବ ଜାଣିପାରି ନଥାଏ । କାହିଁକି ନା ଗୋଟିଏ ସୁନ୍ଦର ଜୀବନ ମଣିଷ କେବଳ ଆର୍ଥିକ ଉନ୍ନତି ସଫଳତା ଦ୍ବାରା ନିଜକୁ ଶାନ୍ତିରେ ରଖିବା ସହିତ ପରିବାରକୁ ମଧ୍ୟ ସୁଖସାନ୍ତିରେ ରଖିଥାଏ । ଆମେ ପରିଶ୍ରମ କରିବା ସହିତ କିଛିଟା ଆଧ୍ୟାତ୍ମିକ ଉପାୟ ଜରିଆରେ ନିଜର ଆର୍ଥିକ ଅବସ୍ଥାକୁ ସୁଧାରି ପରିବା ।
* ଘରେ ହେଉ କିମ୍ବା ଅଫିସ୍ ରେ ହେଉ ଆପଣ ନିଜେ ଖାଇବା ପୂର୍ବରୁ ପ୍ରଥମ ରୁଟିଟିଏ କୁକୁର କିମ୍ବା ଗାଈକୁ ଖାଇବାକୁ ଦିଅନ୍ତୁ । ଯାହା ଦ୍ବାରା ଆପଣଙ୍କର ରିଷ୍ଟ ଖଣ୍ଡନ ହେବ ।
* ପ୍ରତେକ ସୋମବାର ଦିନ ଗାଈ କିମ୍ବା ଷଣ୍ଢ କୁ ଦୁବ ଘାସ ଓ ପାଚିଲା କଦଳୀ ଖାଇବାକୁ ଦେବା ଦ୍ବାରା ଘରର ନକାରାତ୍ମକ ଶକ୍ତି ଦୂର ହେବା ସହିତ ଘରେ ଶାନ୍ତି ବସବାସ କରିବା । ଯାହା ଆମର ଆର୍ଥିକ ପରିସ୍ଥିତିକୁ ସ୍ୱଚ୍ଛଳ କରିବାରେ ସହାୟକ ହେବ ।
* ସକାଳେ ଓ ସନ୍ଧ୍ୟା ରେ କର୍ପୁର ଅଳତିର ଅନେକ ମହତ୍ତ୍ଵ ରହିଛି । ଏହା ଆମ ଘରର ନକାରାତ୍ମକ ଶକ୍ତିକୁ ଦୁରକରି ସକାରାତ୍ମକ ଉର୍ଜ ଯୋଗାଇ ଥାଏ । ତେଣୁ ସକାଳେ o ସନ୍ଧ୍ୟା ରେ ଉଭୟ ସମୟରେ ଘରେ କର୍ପୁର ଆଳତି କରି ସମସ୍ତ ଅସୁବିଧାକୁ ଦୂରକରି ପାରିବା।
* ନୀତି ଶାସ୍ତ୍ରରେ ଲେଖା ହୋଇଛି ଘରର ଅନେକ ଗୁଡ଼ିଏ ଜିନିଷ ଆମର ଆର୍ଥିକ ସ୍ଥିତି ସହିତ ଯୋଡ଼ି ହୋଇଛି । ତେଣୁ ଘରେ କେବେବି ଝାଡୁକୁ ବାହାର ଲୋକଙ୍କ ଦୃଷ୍ଟି ପଡ଼ିବା ଭଳି ନ ରଖିବା ଆବଶ୍ୟକ । ଅଫିସ୍ ହେଉ କି ଘର ଝାଡ଼କୁ ସବୁବେଳେ ଲୁଚେଇ ରଖିବା ଆବଶ୍ୟକ ଏହା ଆପଣଙ୍କ ଆର୍ଥିକ ଅବସ୍ଥା ଉପରେ ସକାରାତ୍ମକ ପ୍ରଭାବ ପକାଇବ ।
* ଯଦି ଆପଣ ଘରେ ଜିଅନ୍ତା ମାଛ ପାଣିରେ ରଖିଛନ୍ତି ତେବେ ତାହାକୁ ଘରର ଉତ୍ତର ଦିଗରେ ରଖନ୍ତୁ । ଉତ୍ତର ଦିଗ କୁବେରଙ୍କ ଦିଗ ବୋଲି କୁହାଯାଏ ତେଣୁ ଆମର ଧନ ସମସ୍ୟା ଦୂର ହୋଇଥାଏ ।