ଠାକୁରମୁଣ୍ଡା-4/3 : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା 53 ନମ୍ବର ରାଜ୍ୟ ରାଜପଥ ଚାଇଁବାଇଁସି ନିକଟରେ ଆଜି ଭୋର୍ 5 ଟା ବେଳେ ଏକ କୁକୁଡ଼ା ବୋଝେଇ ପିକାପ୍ ଟ୍ରକ୍ କରଞ୍ଜିଆ ରୁ ଠାକୁରମୁଣ୍ଡା ଆସୁଥିବା ବେଳେ ଚାଇଁବାଇଁସି ନିକଟରେ ଡ୍ରାଇଭରର ଆଖି ଲାଗି ଯାଇଥିଲା ।
ଭାରସାମ୍ୟ ହରାଇ ପୀକାପ ଟ୍ରକ୍ ରସ୍ତତାଳକୁ ଖସିଯାଇ ଏକ ଶାଳ ଗଛରେ ପିଟି ହୋଇଯାଇଥିଲା । ଟ୍ରକର ଗତି ଏତେ ବେଶୀ ଥିଲାଯେ ବାନେଟ ସଂପୂର୍ଣ୍ଣ ନଷ୍ଟ ହୋଇ ଭିତରକୁ ପଶିଯାଇ ଡ୍ରାଇଭର କୁ ଚାପି ଦେଇଥିଲା । ଘଟଣା ସ୍ଥଳରେ ଡ୍ରାଇଭର ର ମୃତୁ ହୋଇଥିବା ବେଳେ 2ଜଣ ଆହତ ହୋଇଛନ୍ତି । ହେଲ୍ପର ଗୁରୁତର ହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ କଟକ ପାଠ ଯାଇଛି । ପ୍ରକାଶ ଯେ ଗତକାଲି ଶନିବାର ରାତି ୮.୪୫ ବେଳେ ଓ ଡି-୦୯କିୟୁ – ୦୧୬୮ ପୀକପ ଟ୍ରକ୍ ଢେଙ୍କାନାଳ ଜିଲ୍ଲା କପିଳାସ ରୁ କୁକୁଡ଼ା ବଝେଇ କରି କରଞ୍ଜିଆ ଓ ପରେ ଠାକୁରମୁଣ୍ଡା ଆସୁଥିଲା ।
୫୩ ନମ୍ବର ରାଜ୍ୟ ରାଜପଥ ଚାଇଁବାଇଁସି ପାଖରେ ଡ୍ରାଇଭର ର ଆଖି ଲାଗିଯାଇଥିଲା ଭାରସାମ୍ୟ ହରାଇ ଟ୍ରକ୍ ଟି ରାସ୍ତା ତଳକୁ ଖସିଯାଇ ଏକ ଶାଳ ଗଛରେ ଧକା ହୋଇଥିଲା ଏବଂ ଘଟଣା ସ୍ଥଳରେ ଡ୍ରାଇଭର ବିଜୟ ଲହାର ମୃତୁ ହୋଇଥିଲା ।ଡ୍ରାଇଭର ର ଘର କେନ୍ଦୁଝର ବାଲିଆଗୁଡ ଗ୍ରାମରେ ହୋଇଥିବା ବେଳେ କରଞ୍ଜିଆ ବ୍ଲକ ତଙ୍ଗବିଲା ସାନନଇ ଗ୍ରାମରେ ଶଶୁର ଘରେ ସେ ଘରଜଇଁ ହୋଇ ଥିଲା ।ଅନ୍ୟ ଦୁଇ ଜଣ ହେଲେ ହେଲପର ପାଣୁ ଲୋହାର୍ ଓ ପ୍ରମୋଦ କୁମାର ଲୋହାର । ଏମାନଙ୍କୁ ଅଗ୍ନିଶ୍ରମ ବିଭାଗ ଗାଡ଼ିରେ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରମୋଦ ର ହାତ ଓ ନାକରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ପାଣୁ ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଠାକୁରମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Comments are closed.