Odisha news

ବିଶ୍ବ ଜଳ ଦିବସ

ଜଳ ହିଁ ଜୀବନ।ବିଶ୍ବର ୪ ଭାଗରୁ ୩ ଭାଗ ଜଳ ଓ ୧ ଭାଗ ସ୍ଥଳ।ବିଶ୍ୱ ଜଳ ଦିବସ ପ୍ରତିବର୍ଷ ୨୨ ମାର୍ଚ୍ଚରେ ବିଶ୍ୱ ସାରା ପାଳିତ ହୁଏ । ବିଶ୍ୱର ସମସ୍ତ ବିକଶିତ ଦେଶରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ୱ ତଥା ଆବଶ୍ୟକତା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବ୍ରାଜିଲ ସ୍ଥିତ

ରିଓ ଡି ଜେନିରୋଠାରେ ମିଳିତ ଜାତିସଂଘର ଆୟୋଜିତ “ପର୍ଯ୍ୟାବରଣ ଓ ବିକାଶ ସମ୍ମେଳନ”ରେ ବିଶ୍ୱ ଜଳ ଦିବସ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ପୁଣି ମିଳିତ ଜାତିସଂଘର ସାଧାରଣ ସଭାରେ ୧୯୯୩ ମସିହାରେ ଏହି ନିଷ୍ପତ୍ତି ଅନୁମୋଦନ ଲାଭ କଲା । ସ୍ୱଚ୍ଛ ତଥା ସୁରକ୍ଷିତ ଜଳର ଆବଶ୍ୟକତା ବିଷୟରେ ଜନ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଦିନଟିକୁ ପ୍ରତିବର୍ଷ ଏକ ବାର୍ଷିକ କାର୍ଯ୍ୟକ୍ରମ ଭାବେ ପାଳିବାକୁ ସର୍ବ ସମ୍ମତି କ୍ରମେ ଗୃହିତ ହେଲା,ସେବେଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ବିଶ୍ବ ଜଳ ଦିବସ ପାଳନ ହୋଇଆସୁଛି।

ଜଳ ହିଁ ଜୀବନ, ଜଳ ବିନା ସୃଷ୍ଟି ଅସମ୍ଭବ।ବିଶ୍ୱବାସୀଙ୍କୁ ଜଳର ଆବଶ୍ୟକତା ଓ ଜଳ ପ୍ରଦୂଷଣ ବାବଦରେ ଅବଗତ କରାଇବା ଏହି ଦିବସର ମୂଳ ଲକ୍ଷ୍ୟ। ଜଳ ପ୍ରଦୂଷଣ କୁ ଯେତେ ମାତ୍ରାରେ କମାଯାଇପାରିବ,ତାହା ବିଶ୍ବକୁ ବହୁତ ଉପକାର।ମନୁଷ୍ୟ,ଜୀବଜନ୍ତୁ,ଉଦ୍ଭିଦ ଜଗତ ଜଳ ବିନା ବଞ୍ଚିବା ଅସମ୍ଭବ।ଜଳ ସଂରକ୍ଷଣ କରିବା ନିତାନ୍ତ ଆବଶ୍ୟକ।

ଅଳିଆ,ଆବର୍ଜନା କୁ ଜଳରେ ନପକାଇ ଅନ୍ୟତ୍ର ପକାଇବା ଦରକାର।ଆମେ ଆଗକୁ ବଢୁଥିବା ମଧୁର ଜଳ ସଙ୍କଟର ସମ୍ମୁଖୀନ ହେଉଛୁ ଯାହା ଲୋକଙ୍କୁ ଏବଂ ପୃଥିବୀକୁ ବିପଦରେ ପକାଇଥାଏ । ଆମେ ଇକୋସିଷ୍ଟମକୁ ନଷ୍ଟ କରୁଛୁ, ଯାହା ଜଳ ଏବଂ ସମସ୍ତ ଜୀବନ ଅଧିକାଂଶ ଉପରେ ନିର୍ଭର କରିଥାଏ।ଆର୍ଦ୍ରଭୂମି ଆମର ଅଧିକାଂଶ ମଧୁର ଜଳ ଧାରଣ କରିଥାଏ ଏବଂ ଯୋଗାଇଥାଏ । ସ୍ବାଭାବିକ ଭାବରେ ପ୍ରଦୂଷକ ଫିଲ୍ଟର୍ କରିଥାଏ ଆଉ ଆମେ ନିରାପଦରେ ପିଇବା ପାଣି ପାଇଥାଉ ।

ଜଳଚର ହେଉଛନ୍ତି ଦ୍ରୁତ ଅଭିବୃଦ୍ଧିଶୀଳ ଖାଦ୍ୟ ଉତ୍ପାଦନ । କେବଳ ଆଭ୍ୟନ୍ତରୀଣ ମତ୍ସ୍ୟଜୀବୀମାନେ ମାଛ ଯୋଗାଉଛନ୍ତି। ଧାନଚାଷ ବାର୍ଷିକ 3.5 ବିଲିୟନ ଲୋକଙ୍କୁ ଖାଇବାକୁ ଦେଇଥାଏ ।ବିଶ୍ବର 40% ପ୍ରଜାତି ଆର୍ଦ୍ରଭୂମିରେ ବାସ କରନ୍ତି ଏବଂ ପ୍ରଜନନ କରନ୍ତି । ବାର୍ଷିକ ପ୍ରାୟ 200 ନୂତନ ମାଛ ପ୍ରଜାତି ମଧୁର ଜଳ ଆର୍ଦ୍ରଭୂମିରେ ରୁହନ୍ତି । ସମସ୍ତ ପ୍ରଜାତିର 25 ପ୍ରତିଶତ ପ୍ରାଣୀଗୁଡିକ ବାସ କରନ୍ତି ।

ମାଛ,ସାମୁଦ୍ରିକ ପ୍ରାଣୀ,କଙ୍କଡ଼ା ଆଦି ଜଳଚ଼ର ପ୍ରାଣୀ।ଜଳ ବିନା ଜଳଚ଼ର ପ୍ରାଣୀ ମାନେ ବଞ୍ଚିବା ଅସମ୍ଭବ।ଏହି ଦିବସରେ ଜଳ ର ସୁରକ୍ଷା ଓ ଜଳ ପ୍ରଦୂଷଣ ର ନିରାକରଣ ସମ୍ବଧିତ ସଚ଼େତନତା କରାଯାଇଥାଏ,ଯାହାଦ୍ବାରା କି ଜନସାଧାରଣ ଜଳ ର ସୁରକ୍ଷା,ଜଳ ପ୍ରଦୂଷଣ ର ନିରାକରଣ ବିଷୟରେ ଅବଗତ ହୋଇପାରିବେ,ଯାହାଦ୍ବାରା କି ଜଳ ର ସୁରକ୍ଷା ହୋଇପାରିବ ଓ ଜଳ ସଂରକ୍ଷଣ ହୋଇପାରିବ।

ଜଳ ଆମର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ବନ୍ଧୁ । ଆମ ଦୈନଦିନ କାର୍ଯ୍ୟ ତଥା ଆମର ସବୁ କରିବାରେ ଜଳ ଏକାନ୍ତ କାମ୍ୟ । ତେଣୁ ସାରା ଦେଶରେ ଜଳ ଦିବସକୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଉଛି ।

ଯେଭଳି ଭିଜୁଆଲ, ଆର୍ଟ, ବିଭିନ୍ନ ପ୍ରକାର ନାଟକ, ସଂଗୀତାତ୍ମକ ଉତ୍ସବ, ଜଳ ପ୍ରବନ୍ଧନ, ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଚର୍ଚ୍ଚା, ଟିଭି ରେଡିଓ ବା ଇଣ୍ଟରନେଟ ମାଧ୍ୟମରେ ଜଳ ସଂରକ୍ଷଣ ଉପାୟ ଆଦି ସଚ଼େତନତା ହୁଏ।

ଆଜି ବିଶ୍ବ ଜଳ ଦିବସ ରେ ଆମେ ଶପଥ ନେବା ଜଳର ସୁରକ୍ଷା ଓ ସଂରକ୍ଷଣ କରିବା ଓ ଜଳ ପ୍ରଦୂଷଣ ଆଦୌ କରିବା ନାହିଁ।

 

Comments are closed.