ପର୍ବ କର୍ଣ୍ଣାଟକ ବିଦ୍ନାଲ୍ ଗାଁରେ ଲୋକମାନେ ଗଣେଶ ପୂଜା ଓ ମହରମ୍ ଏକସଙ୍ଗରେ ପାଳନ କରନ୍ତି । ଗାଁରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ସେମାନେ ଗୋଟିଏ ଛାତ ତଳେ ଦୁଇଟି ପର୍ବର ପାଳନ ବହୁ ବର୍ଷ ହେବ କରି ଆସୁଛନ୍ତି । ସେମାନଙ୍କ ବିଶ୍ୱାସ ଧର୍ମର କାମ ଲୋକଙ୍କୁ ଏକତ୍ରିତ କରିବା । ଗାଁରେ କୌଣସି ହିନ୍ଦୁ କି ମୁସ୍ଲିମ୍ ଅଲଗା ନୁହନ୍ତି, ସମସ୍ତେ ଏକ । ସମସ୍ତେ ଭଗବାନଙ୍କ ସନ୍ତାନ । ସେଥିପାଇଁ ପ୍ରତିବର୍ଷ ପୂଜାରେ ଗୋଟିଏ ମଣ୍ଡପରେ ଦୁଇ ଧର୍ମାବଲମ୍ବୀ ଏକାଠି ହୁଅନ୍ତି ।