Odisha news

ଜିଲ୍ଲାର ସଦରମହକୁମା ରେ ସ୍ୱାୟତ୍ତ ଶାସନ ଦିବସ ପାଳନ, କରୋନା ମୁକାବିଲା ସହ ସହରର ବିକାଶ କାର୍ଯ୍ୟପନ୍ଥା ଜାରି ରହିଛି : ଡିଆରଡିଏ ପିଡି

0

ଛତ୍ରପୁର,୩୧/୮ : ଛତ୍ରପୁର ଏନ୍‌ଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌.ଗଣେଶ ବାବୁଙ୍କ ପୌରହିତ୍ୟରେ ମହାସମାରୋହରେ ପାଳନ ହୋଇଯାଇଛି । ସକାଳ ୮ଟାରେ ଏନଏସିର ପ୍ରଶାସନିକ ଅଧିକାରୀ ତଥା ଡିଆରଡିଏ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ଏନ୍‌ଏସି ପ୍ରଶାସନ ପକ୍ଷରୁ ଲଢେଇ ଚାଲିଥିବା ସହ ଜିଲ୍ଲା ସଦର ମହକୁମା ଛତ୍ରପୁର ସହର ସୁସ୍ଥ ଓ ସବୁଜ କୁ ଲକ୍ଷ୍ୟ ରଖି ବହୁ ବିକାଶ ମୂଳକ କାର୍ଯ ଧାରା ଚାଲୁ ରହିଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।

କରୋନା ମୁକାବିଲା ନିମନ୍ତେ ଏନ୍‌ଏସି ପ୍ରଶାସନ ପକ୍ଷରୁ ବହୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏନ୍‌ଏସିରେ ୧୧ଟି ସଙ୍ଗରୋଧ କେନ୍ଦ୍ରରେ ୪୪୩ ଜଣ ପ୍ରବାସୀଙ୍କୁ ଥଇଥାନ କରାଯାଇଥିଲା । ଏବେ ସୁଦ୍ଧା ସହରରେ ୨୯୪ ଜଣ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ (୮୮.୭୬) ପ୍ରତିଶତ ସୁସ୍ଥ ହୋଇଛନ୍ତି । ସେହିପରି ଘରେ ରହିଥିବା କୋଭିଡ୍ ପଜିଟିଭ୍ ମାନଙ୍କୁ ଘରୋଇ କୋଭିଡ୍ ସରଞ୍ଜାମ ପ୍ରଦାନ କରାଯାଉଛି ।ଏନ୍‌ଏସିରେ ଟିକସ ଆଦାୟ ଶତକଡା ୧୭୬ ପ୍ରତିଶତ ବୃଦ୍ଧି ପାଇଛି ।

୧୪ ନମ୍ବର ୱାର୍ଡରେ କାର୍ଯ୍ୟରତ ସ୍ମାର୍ଟ ପାର୍କର ଯୋଜନା ରହିଥିବା ବେଳେ ପୁଲିସ ଗ୍ରାଉଣ୍ଡ ନିକଟରେ ଥିବା ଆଇ ଲଭ୍ ୟୁ ସେଲଫି ପଏଣ୍ଟ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିଥିବା ବେଳେ ଜିଲ୍ଲାପାଳଙ୍କ ବାସଭବନ ଠାରୁ ତିନିଗୋଟି ଶିଶୁ ଉଦ୍ୟାନ, ଖୋଲା ବ୍ୟାୟାମ ଶାଳା ଏବଂ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ ସହର ସୌନ୍ଦର୍ଯ୍ୟାକରଣକୁ ଦ୍ୱିଗୁଣିତ କରିଛି । ଲୋୟର ବସଷ୍ଟାଣ୍ଡ ଠାରେ ବିଜୁ ପଟ୍ଟନାକ ପ୍ରତିମୂର୍ତ୍ତି ଓ ଉଦ୍ୟାନ ସ୍ଥାପନ ଏବଂ ୬୪ ଜଣଙ୍କ ନିମନ୍ତେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଛି ।

ଏହି ସମସ୍ତ ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରାକ୍ତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଓ ବର୍ତ୍ତମାନର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବାବୁଙ୍କ ଅକ୍ଲାନ୍ତ ଓ ନିସ୍ୱାର୍ଥପର ପରିଶ୍ରମ ଏବଂ ଉଦ୍ୟମକୁ ଡିଆରଡିଏ ପିଡି ଶ୍ରୀ ସ୍ୱାଇଁ ବେଶ୍ ପ୍ରଶଂସା କରିଥିଲେ । ଏହାସହ କରୋନା ମୁକାବିଲାରେ ଓ ଏନଏସି ବିକାଶ କାର୍ଯ୍ୟରେ ଏନଏସିର ସମସ୍ତ କର୍ମଚାରୀ ମାନେ ଉତ୍ତମ କାର୍ଯ୍ୟ କରିଆସୁଥିବାରୁ ସେ ସମସ୍ତ କର୍ମଚାରୀ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।

Leave A Reply