Odisha news

ହାରିବା ପରେ ବି ‘ବାଜିଗର’

0

ନୂଆଦିଲ୍ଲୀ, ୨୩ା୭ (ଏଜେନ୍ସି): ଭାରତୀୟ ମହିଳା କି୍ରକେଟର ଇତିହାସ ସୃଷ୍ଟିକାରିବାର ସୁଯୋଗ ପାଇଥିଲା । ହେଲେ ଏଭଳି କିର୍ତ୍ତିମାନରୁ ଅଳ୍ପକେ ବର୍ତ୍ତିିଗଲା । କିନ୍ତୁ ଏହି ମ୍ୟାଚପରେ ଭରତରେ ମହିଳା କି୍ରକେଟ ଦେଖିବାର ମନୋଭାବ ସବୁଦିନ ପାଇଁ ବଦଳି ଯାଇଛି । କହିବାକୁ ଗଲେ ଏହି ମ୍ୟାଚ ଭାରତରେ ମହିଳା କି୍ରକେଟଧାରା ଆରମ୍ଭ କରିଥିଲା । ବିଜୟ ଏବଂ ପରାଜୟ ବ୍ୟତୀତ ଦଳର ଖେଳ ଉପରେ ସଭିଙ୍କ ନଜର ଥିଲା । ଐତିହାସିକ ଲର୍ଡ୍ସରେ ଭାରତ ମାତ୍ର ୯ରନ୍‌ ବ୍ୟବଧାନରେ ଘରୋଇ ଇଂଲଣ୍ଡ ନିକଟରୁ ପରାଜିତ ହୋଇ ମହିଳା ବିଶ୍ୱକପ ଉପବିଜେତା ହୋଇଥିଲା । ଟିମ୍‌ ଇଣ୍ଡିଆ ହାରି ମଧ୍ୟ ବାଜିଗର ଆଖ୍ୟା ପାଇଛି । ତିନି ବର୍ଷ ତଳେ ଆଜିର ଦିନରେ ଭାରତ ଦିନିକିଆ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା । ଦଳ ବିଜୟର ନିକଟତର ହୋଇଥିଲା । ୩୮ବଲରୁ ୪୪ରନ୍‌ ଆବଶ୍ୟକତା ଥିବା ବେଳେ ହାତରେ ୭ୱିକେଟ ସୁରକ୍ଷିତଥିଲା । କିନ୍ତୁ ବିଜୟର ଅତି ନିକଟରୁ ଭାରତ ଅଟକିଯାଇଥିଲା । ଆଜିର ଦିନରେ ହିଁ ଇଂଲଣ୍ଡ ଦିନିକିଆ ମହିଳା ବିଶ୍ୱକପ ବିଜେତା ବନିଥିଲା ବେଳେ ଭାରତ ଉପ ବିଜେତା ହୋଇଥିଲା । ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୨୮/୭ରନ୍‌ କରିଥିବାବେଳେ ଭାରତ ନିର୍ଦ୍ଧାରିତ କୋଟାର ୮ବଲ ପୂର୍ବରୁ ୨୧୯ରନ୍‌ କରି ଅଲଆଉଟ ହୋଇଥିଲା ।

Leave A Reply