ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକିଟି ସୋରଳ ରେ ଦେଖା ଦେଇଛି ଅଭାବନୀୟ ଘଟଣା । ସୋରଳ ଓଡ଼ିଆ କଲୋନୀ ର ବୁଦ୍ଧିଆ ବେହେରାଙ୍କ ୮ ବର୍ଷର ନାବାଳିକା ଝିଅର ବେକକୁ ଛୁରା ରେ କାଟିଲେ ଦୁଇ ଯୁବକ । ନାବାଳିକାର ବେକକୁ ଛୁରାରେ କଟାଯାଇ ହତ୍ୟାଉଦ୍ୟମ କରାଯାଇଥିବା ଜଣାପଡିଛି । ଏଭଳି ଘଟଣା ସୋରଳ ଓଡ଼ିଆ କଲୋନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବୁଦ୍ଧିଆଙ୍କ ପରିବାର ଗୁରୁତର ନାବାଳିକାକୁ ପ୍ରଥମେ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ନେବା ପରେ ସେଠାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଗାଁ ଲୋକେ ଯୁବକଙ୍କୁ କାବୁ କରି ନିସ୍ତୁକ ମାଡ ମାରିଥିଲେ । ପୋଲିସ ଘଟଣା ର ସୂଚନା ପାଇ ଛୁରା ରେ କାଟିଥିବା ପୁଅକୁ ଉଠାଇ ନେଇ ତଦନ୍ତ କରୁଛି ।
ଗୁରୁତର ଅବସ୍ଥାରେ ଯୁବକକୁ ମଧ୍ଯ ପୁଲିସ୍ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଛନ୍ତି । ଛୁରାରେ ନାବାଳିକା କୁ କାଟିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ରହ୍ମପୁର ଏସ୍. ପି ପିନାକ୍ ମିଶ୍ର ଏବଂ ଟାଉନ୍ ଏସ୍. ଡ଼ି .ପି .ଓ ବିଷ୍ଣୁ ପତି ବ୍ରହ୍ମପୁର ବଡ଼ ମେଡ଼ିକାଲରେ ପହଞ୍ଚି ଡକ୍ଟର ଏବଂ ପରିବାର ବର୍ଗଙ୍କ ସହ ଆଲୋଚନା କରି ତଦନ୍ତ ଜାରି ରହିଥିବା ଜଣାପଡ଼ିଛି । ତେବେ ଏଥିରେ ଦୁଇ ଅଭିଯୁକ୍ତ ଋତୁ ବେହେରା ଓ ପ୍ରଶାନ୍ତ ଅରଫ୍ ହେମନ୍ତ ବେହେରାଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି । ଗୋଟିଏ ପଟେ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚାର ଉଚାର କରାଯାଉଥିବା ବେଳେ ଅନ୍ୟ ପଟେ ମେଡ଼ିକାଲ ରିପୋର୍ଟ ଆସିବା ପରେ ଘଟଣା ର ସତ୍ୟତା ଜଣାପଡ଼ିବ ବୋଲି ବ୍ରହ୍ମପୁର ଏସ୍.ପି ପିନାକ୍ ମିଶ୍ର କହିଛନ୍ତି