Odisha news

୭୮ ବର୍ଷୀୟ ବରକୁ ୧୭ ବର୍ଷୀୟା କନ୍ୟା ବିବାହର ୨୨ ଦିନ ପରେ ଏପରି ଘଟିଲା

0

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ୭୮ ବର୍ଷୀୟ ଜଣେ ବୃଦ୍ଧ ଗତମାସରେ ୧୭ ବର୍ଷୀୟା ଏକ କନ୍ୟାକୁ ବିବାହ କରିଛନ୍ତି l କିନ୍ତୁ ବିବାହର ୨୨ ଦିନ ପରେ ବ୍ୟକ୍ତି ଜଣଙ୍କ କନ୍ୟା ଠାରୁ ଅଲଗା ହେବାପାଇଁ ନିଷ୍ପତି ନେଇଛନ୍ତି l ଗତ ସପ୍ତାହରେ ସେ ବିବାହ ବିଚ୍ଛେଦ ପାଇଁ କୋର୍ଟରେ ଆବେଦନ କରିଛନ୍ତି l ବୟସର ଅଧିକ ବ୍ୟବଧାନ କାରଣରୁ ଏହି ଦମ୍ପତ୍ତି ସାମାଜିକ ଗଣମାଧ୍ୟମରେ ଅନେକ ଚର୍ଚାରେ ରହିଥିଲେ l ବର୍ତ୍ତମାନ ଯେତେବେଳେ ବ୍ୟକ୍ତି ଜଣଙ୍କ ତାଙ୍କ ସ୍ତ୍ରୀଙ୍କ ପାଖରୁ ଅଲଗା ହେବାର ନିଷ୍ପତି ନେଲେ ତାପରେ ଝିଅର ପରିବାର ବର୍ଗ ଆଶ୍ଚର୍ଯ୍ୟ ହୋଇଗଲେ l କାରଣ ସେମାନଙ୍କୁ ଦୁଇ ଜଣଙ୍କ ସମ୍ପର୍କରେ କୌଣସି ସମସ୍ୟା ନଜର ଆସିନଥିଲା l

ବ୍ୟକ୍ତି ଜଣଙ୍କ ନାମ ହେଉଛି ଅଭା ଓ ତାଙ୍କ ପତ୍ନୀଙ୍କ ନାମ ହେଉଛି ନୋନି l  ନୋନିଙ୍କ ଭଉଣୀ ଗଣମାଧ୍ୟମ ଆଗରେ କହିଛନ୍ତି ଆମେମାନେ ଏହିକଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲୁ l କାରଣ ଦୁଇ ଜଣଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଥିଲା l କିନ୍ତୁ ଅଚାନକ ନିଅ ଯାଇଥିବା ନିଷ୍ପତି ଦ୍ୱାରା ଆମେମାନେ ଦୁଃଖିତ ଅଛୁ l ଆମକୁ ଅଭାଙ୍କ ପାଇଁ କୌଣସି ପ୍ରକାରର ଅସୁବିଧା ନାହିଁ l ଅଭାଙ୍କ ପରିବାର ପକ୍ଷରୁ ଏହି ବିବାହକୁ ନେଇ ସମସ୍ୟା ଥିଲା l  ନୋନିଙ୍କ ଉପରେ ଆରୋପ ଲଗାଯାଇଥିଲା ଯେ ବିବାହ ପୂର୍ବରୁ ସେ ଗର୍ଭବତୀ ଥିଲେ l ଯେଉଁ କାରଣରୁ ଅଭା ତାଙ୍କ ପାଖରୁ ଅଲଗା ହେବାର ନିଷ୍ପତି ନେଲେ l  ନୋନିଙ୍କ ଭଉଣୀ ଏହି ଆରୋପ ମିଥ୍ୟା ବୋଲି କହିଛନ୍ତି l

ମିଳିଥିବା ସୂଚନା ଅନୁସାରେ ଅଭା ବିବାହ ପୂର୍ବରୁ ୫୦ ହଜାର ଟଙ୍କା ,ଏକ ମଟର ସାଇକେଲ ଓ ଅନ୍ୟ ଅସବାବ ପତ୍ର ଦେଇଥିଲେ l  ନୋନିଙ୍କ ପରିବାର ପକ୍ଷରୁ ମଧ୍ୟ ଯୌତୁକରେ ମୋଟା ଅଙ୍କର ପଇସା ଦିଆଯାଇଥିଲା l ବର୍ତ୍ତମାନ ଏହି ନିଷ୍ପତି କୋର୍ଟ ଉପରେ ରହିଛି l

Leave A Reply