Odisha news

ଗୁଗଲ୍‌ ବିଭ୍ରାଟ

0

କିଛି ଜାଣିବାକୁ ହେଲେ ଲୋକେ ଗୁଗଲ୍‌ ସର୍ଚ୍ଚ ଇଞ୍ଜିନ୍‌ ବ୍ୟବହାର କରୁଛନ୍ତି । ହେଲେ ଗୁଗଲ୍‌ ବି ବେଳେବେଳେ ଉଦ୍ଭଟ ଜବାବ ଦେଉଛି। ଗୁଗଲରେ ଆଫଗାନିସ୍ତାନ କ୍ରିକେଟର୍‌ ରଶିଦ୍‌ ଖାନ୍‌ଙ୍କ ପନିୀଙ୍କ ବିଷୟରେ ସର୍ଚ୍ଚ କଲେ ଜବାବ ଆସୁଛି ଅନୁଷ୍କା ଶର୍ମା ! ଏକଥା ସୋସାଲ ମିଡିଆରେ ଭାଇରାଲ ହେଉଛି । ରଶିଦ୍‌-ଅନୁଷ୍କାଙ୍କ ବାହାଘର ତାରିଖ ବି ୧୧ ଡିସେମ୍ବର ୨୦୧୭ (ଯେଉଁଦିନ ବିରାଟ କୋହଲି-ଅନୁଷ୍କା ଶର୍ମା ବାହାଘର ହୋଇଥିଲା) ବୋଲି କହୁଛି ଗୁଗଲ୍‌ । ପ୍ରେଗନାନ୍ସି ସହିତ ଗୁଗଲ୍‌ର ଏହି ବିଭ୍ରାନ୍ତିକର ତଥ୍ୟକୁ ନେଇ ଅନୁଷ୍କା ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ୟୁଜର୍‌ ଏହା ଉପରେ ମଜାଦାର ମିମ୍‌ କରି ସେୟାର କରୁଛନ୍ତି । ପ୍ରଶ୍ନ ଉଠୁଛି ଗୁଗଲ୍‌ ଏପରି ଭୁଲ୍‌ ରିଜଲଫ କାହିଁକି ଦେଖାଉଛି । ୨୦୧୮ରେ ରଶିଦ୍‌ ଖାନ୍‌ ଏକ
ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ ସେଶନ୍‌ କରିଥିଲେ । ଏହି ସମୟରେ ସେ ଅନୁଷ୍କା ଶର୍ମା ଓ ପ୍ରୀତି ଜିଣ୍ଟାଙ୍କୁ ତାଙ୍କ ଫେଭରିଟ୍‌ ବଲିଉଡ୍‌ ଅଭିନେତ୍ରୀ କହିଥିଲେ । ଅନେକ ଷ୍ଟୋରିରେ ଅନୁଷ୍କା ଓ ରଶିଦ୍‌ଙ୍କ ନାମ ଏକସଙ୍ଗେ ଆସିବା ପରେ ଗୁଗଲ୍‌ ଉଭୟଙ୍କୁ ପତି-ପନିୀ କହୁଛି । ଆଶା କରାଯାଉଛି ଗୁଗଲ୍‌ର ଏହି ବୈଷୟିକ ତ୍ରୁଟି ଖୁବ୍‌ଶୀଘ୍ର ସଂଶୋଧନ ହେବ ।

Leave A Reply