Odisha news

ମାଣିକପୁର ରେଲଫାଟକ ନିକଟରୁ ଛାତ୍ରର ମୃତଦେହ ଉଦ୍ଧାର।

0
ଚାନ୍ଦବାଲି  : ଭଦ୍ରକ-ଧାମରା ରେଳପଥ ମାଣିକପୁର ଫାଟକ ନିକଟରୁ ଦଶମ ଶେଣୀ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ, ମୃତ ନାବାଳକଙ୍କ ଘର ଚାନ୍ଦବାଲିବ୍ଲକ ଖଦାଳପୋଖରୀ  ପଞ୍ଚାୟତ ଅନ୍ତର୍ଗତ ଗାରଡପୁର ଗାଁର ପିତା ଧନେଶ୍ୱର ମାହୁନ୍ତଙ୍କ କନିଷ୍ଠ ପୁତ୍ର ରତ୍ନାକର ମାହୁନ୍ତ ବୋଲି ଜଣାପଡିଛି। ଗତକାଲି ସନ୍ଧ୍ୟାସମୟରେ ଦଶମ ଶେଣୀରେ ପାଠ ପଢ଼ୁଥିବା ରତ୍ନାକର ଘଣ୍ଟେଶ୍ୱେର ଅଞ୍ଚଳକୁ ଟିଉସନ ହେବାକୁ ଆସିଥିଲେ। ଟିଉସନରୁ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଆଜି  ମାଣିକପୁର ରେଲଫାଟକ ନିକଟରୁ ଦଶମ ଶେଣୀ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଘଣ୍ଟେଶ୍ୱେର ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ପ୍ରାଥମିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
Leave A Reply