Odisha news

୫-ଟି ସଚିବକୁ ଭେଟିଲେ ଜୟଦେବ ବିଧାୟକ

0

ବାଲିପାଟଣା, ୦୨/୫ :  ଆଜି ପୂର୍ବାହ୍ନରେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଭେଟି ଜୟଦେବ ନିର୍ବାଚନ ମଣ୍ଡଳୀର ସାମଗ୍ରୀକ ଉନ୍ନୟନ କାର୍ଯ୍ୟ ଉପରେ ବ୍ୟାପକ ଆଲୋଚନା କରିବା ସହ ବିଭିନ୍ନ ପ୍ରମୁଖ ସମସ୍ୟାର ସମାଧାନ ନେଇ ଦାବି ଉପସ୍ଥାପନ କରିଥିବା ସୂଚନା ଦେଇଛନ୍ତି l ବିଧାୟକଙ୍କ ସୂଚନା ଅନୁସାରେ ବାଲିଅନ୍ତା ବ୍ଲକ ଅଧୀନ ବଇଁଚୁଆ ସ୍ଥିତ କୁଶଭଦ୍ରା ନଦୀରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ତୁରନ୍ତ ତ୍ୱରାନ୍ୱିତ କରିବା, ବାଲିପାଟଣା ବ୍ଲକ ରାଜସ ପଂଚାୟତ ଅଧୀନ କୃଷ୍ଣପୁର  ଠାରେ ହାଇ ଲେବୁଲ ବ୍ରିଜ ନିର୍ମାଣ, ଭାପୁର ଗ୍ରାମରୁ ବର୍ଷାପାଣି ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ, ଧନୁଆ ନଦୀଶଯ୍ୟା ଖନନ ଏବଂ ଉଭୟ ପାର୍ଶ୍ୱ ଆଡ଼ି ବନ୍ଧ ସଂପ୍ରସାରଣ କାର୍ଯ୍ୟ କରାଯିବା, ଆଳିଶି ଶାସନ ହାଇସ୍କୁଲ ଅତିରିକ୍ତ ଵିଲଡିଂ ନିର୍ମାଣ, ଟଙ୍କପାଣି ବ୍ରିଜ ଠାରୁ ଜୟଦେବ ପୀଠକୁ ମୋ ବସ ଚଳାଚଳ କରିବା, ଜୟଦେବ ପୀଠର ଆନୁସଙ୍ଗିକ ବିକାଶ କାର୍ଯ୍ୟ ଆଦି ମୁଖ୍ୟ ଦାବି ଥିଲା l ଶ୍ରୀ ପାଣ୍ଡିଆନ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିବା ସୂଚନା ମିଳିଛି l ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜୟଦେବ ନିର୍ବାଚମଣ୍ଡଳୀର ସାର୍ବଜନୀନ ବିକାଶ କାର୍ଯ୍ୟ ନେଇ ବିଧାୟକ ତାଙ୍କର ନିରବଛିନ୍ନ ପ୍ରୟାସ ଜାରି ରଖିଥିବା ବେଳେ ପ୍ରତିଦ୍ବଦ୍ବୀ ଗୋଷ୍ଠୀ ଏବଂ ଜନପ୍ରତିନିଧିଙ୍କ ରାଜନୈତିକ କାର୍ଯ୍ୟକଳାପରେ ସ୍ଥାଣୁତା ଜନ ସାଧାରଣରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି l

Leave A Reply