ସାକ୍ଷୀଗୋପାଳ ତା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମ ଚନ୍ଦ୍ର ପୁର ପଞ୍ଚାୟତର ଶ୍ରୀରାମ ଚନ୍ଦ୍ର ପୁର ଗ୍ରାମରେ ଗତକାଲି ଠାରୁ ଏକ ଷଣ୍ଡ ଆକ୍ରମଣରେ 11 ଜଣ ବ୍ୟକ୍ତି ଆହତ ହୋଇଛନ୍ତି l ଆହତ ବ୍ୟକ୍ତି ମାନେ ହେଲେ ଶରତ ଚନ୍ଦ୍ର ହୋତା (58), ବାବନ ମିଶ୍ର (70), ବିଶ୍ୱନାଥ ମିଶ୍ର (56), ରାଧାମଣି ନନ୍ଦ (85), ନର୍ମଦା ମହାପାତ୍ର (60), ଜୟ ନାରାୟଣ ମିଶ୍ର (68), ରଙ୍ଗାଧର ଦାସ (58), ରଶ୍ମି ରଞ୍ଜନ ମିଶ୍ର (54), ସୁବାସ ମିଶ୍ର (57) ଓ ନିକଟସ୍ଥ ଭୁତୁପଡା ଗ୍ରାମର 2 ଜଣ l ଆହତ ବ୍ୟକ୍ତି ମାନେ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ l ଅବସ୍ଥା ଗୁରୁତର ଥିବାରୁ ଶରତ ଚନ୍ଦ୍ର ହୋତା (58)ଙ୍କୁ ଅଧିକ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରକୁ ସ୍ଥାନାନ୍ତର କରା ଯାଇଅଛି l ଗ୍ରାମବାସୀ ମାନେ ଏ ସମ୍ପର୍କରେ ସତ୍ୟବାଦୀ ବିଡ଼ିଓ, ବନ ବିଭାଗ ଓ ପ୍ରାଣୀ ବିଭାଗର ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ମାତ୍ର ଏହା ସେମାନଙ୍କ କାର୍ଯ୍ୟ ନୁହେଁ ବୋଲି ପ୍ରକାଶ କରି ଦାୟିତ୍ୱ ଏଡାଇ ଦେଇଛନ୍ତି ବୋଲି ଗ୍ରାମବାସୀ ମାନଙ୍କ ସୂତ୍ରରୁ ଜଣାପଡିଛି l ମାତ୍ର ବଡ଼ ଦୁଃଖର ଆକ୍ରମଣକାରୀ ଏହି ଷଣ୍ଡଟିର ହଠାତ କୌଣସି କାରଣରୁ ଆଜି ସନ୍ଧ୍ୟା ସମୟରେ ମୃତ୍ୟୁ ହୋଇ ଯାଇଥିଲା l ଗ୍ରାମବାସୀ ମାନେ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ ନେଇ ଗାତ ଖୋଳି ଷଣ୍ଡଟିକୁ ପୋତି ଦେଇ ଷଣ୍ଡର ଅନ୍ତିମ ସଂସ୍କାର କରି ଦେଇଥିଲେ l ଷଣ୍ଡର ଫାଇଲ ଫଟୋ ଦେଇଅଛି l