ସୋନି ଲିଭ୍ରେ ହର୍ଷଦ ମେହଟାଙ୍କ ସିରିଜ୍ ‘ସ୍କାମ୍ ୧୯୯୨’ ରିଲିଜ୍ ହୋଇଛି । ୧୯୮୦ ଓ ୧୯୯୦ ଦଶକର ଏହି କାହାଣୀ ହର୍ଷଦ ମେହଟାଙ୍କ ଜୀବନକୁ ଦର୍ଶାଇଛି । ସେ ଜଣେ ଷ୍ଟକ୍ ବ୍ରୋକର୍ ଯିଏ ଷ୍ଟକ୍ ମାର୍କେଟ୍କୁ ଏକ ଭିନ୍ନ ଓ ଉଚ୍ଚ ଉଡ଼ାଣ ଦେଇଛନ୍ତି । ଏହି ସମୟରେ ଅନେକ ଥର ଷ୍ଟକ୍ ମାର୍କେଟରେ ହ୍ରାସ ଦେଖିଛନ୍ତି ଓ ଏଥିସହ ସାମ୍ନାକୁ ଆସିଛି ପ୍ରାୟ ୩୫୦୦ କୋଟି ଟଙ୍କାର ଘୋଟାଲା । ହର୍ଷଦ ଯେପରି ଭାବେ ‘ସ୍କାମ୍ ୧୯୯୨’କୁ ଦର୍ଶକଙ୍କ ଆଗରେ ଉପସ୍ଥାପନ କରିଛନ୍ତି ତାହା ପ୍ରଶଂସନୀୟ । କାହାଣୀ ସହିତ ଲୋକେ ପ୍ରତୀକ ଗାନ୍ଧୀଙ୍କ ଅଭିନୟକୁ ବି ପ୍ରଶଂସା କରିଛନ୍ତି । ଏଥିପାଇଁ ସିରିଜ୍ର ଆଇଏମ୍ଡିବି ରେଟିଂ ୯.୬ ହୋଇଛି ଯାହା ଆଶ୍ଚର୍ଯ୍ୟଜନକ ।