Odisha news

୫ ମିଟର ଲମ୍ବର ଜଟା

0

ଭିଏତନାମ୍‌ ଦକ୍ଷିଣ ମେକଙ୍ଗ୍‌ କ୍ଷେତ୍ରର ୯୨ ବର୍ଷୀୟ ଗୁଏନ୍‌ ଭାନ୍‌ ଚିଏନ୍‌ ନିଜର ୫ ମିଟର ଲମ୍ବର ଜଟା ପାଇଁ ଗର୍ବ ଅନୁଭବ କରୁଛନ୍ତି । ସେ ୮୦ ବର୍ଷ ହେବ କେଶ କାଟିନାହାନ୍ତି । ଚିଏନ୍‌ କହିଛନ୍ତି, ‘ମୋର ବିଶ୍ୱାସ ଯେ କେଶ କାଟିଲେ ମୁଁ ମରିଯିବି । ତେଣୁ କିଛି ବି ପରିବର୍ତ୍ତନ କରିବାକୁ ଚେଷ୍ଟା କରିନାହିଁ, କେବେ ମଧ୍ୟ ମୁଣ୍ଡ କୁଣ୍ଡେଇ ନାହିଁ । ମୁଁ କେବଳ ଏହାର ପାଳନ-ପୋଷଣ କରୁଛି । ଶୁଷ୍କ ଓ ସଫା ଦେଖାଯିବା ପାଇଁ କେବଳ ସ୍କାର୍ଫରେ ଘୋଡ଼ାଇ ରଖୁଛି ।’ ସେ ୯ ଶକ୍ତି ଓ ୭ ଦେବତାଙ୍କୁ ପୂଜା କରୁଛନ୍ତି । ତାଙ୍କୁ କୁଆଡ଼େ କେଶ ବଢ଼ାଇବା ପାଇଁ ଭଗବାନଙ୍କ ନିର୍ଦ୍ଦେଶ ମିଳିଥିଲା । ସେ ନାରଙ୍ଗୀ ପଗଡ଼ି ତଳେ କେଶ ବାନ୍ଧିଥାନ୍ତି । ତାଙ୍କ ପୁଅ ଲୁଓମ୍‌ ଜଟା ବାନ୍ଧିବାରେ ସାହାଯ୍ୟ କରନ୍ତି । ଲୁଓମ୍‌ ମଧ୍ୟ କେଶ ଓ ମୃତୁ୍ୟ ମଧ୍ୟରେ ଥିବା ସମ୍ବନ୍ଧକୁ ବିଶ୍ୱାସ କରନ୍ତି ।

Leave A Reply