Odisha news

ହୁ୍ୟମାନ୍‌ କାଲ୍‌କୁଲେଟର୍‌ ନୀଳକଣ୍ଠ

0

ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍‌ସ କଲେଜର ଛାତ୍ର ନୀଳକଣ୍ଠ ଭାନୁ ପ୍ରକାଶ ୨୧ ବର୍ଷ ବୟସରେ ଗଣିତ ଗଣନାରେ ‘ହୁ୍ୟମାନ୍‌ କାଲକୁଲେଟର୍‌’ ଭାବେ ସମ୍ମାନିତ ହେବା ସହିତ ହୁ୍ୟମାନ୍‌ କମ୍ପୁ୍ୟଟର୍‌ ଶକୁନ୍ତଳା ଦେବୀଙ୍କ ରେକର୍ଡ଼ ଭାଙ୍ଗିଛନ୍ତି । ଲଣ୍ଡନରେ ଆୟୋଜିତ ମାଇଣ୍ଡ ସ୍ପୋର୍ଟସ ଅଲମ୍ପିୟାଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୩ଟି ଦେଶର ୨୯ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଦୁନିଆର ସବୁଠୁ କ୍ଷିପ୍ର ‘ହୁ୍ୟମାନ୍‌ କାଲକୁଲେଟର୍‌’ ହୋଇଛନ୍ତି । ଏବେ ନୀଳକଣ୍ଠ ଭାରତରେ ମ୍ୟାଥ୍‌ ଫୋବିୟା ହଟାଇବା ମିଶନ ଆରମ୍ଭ କରିବାକୁ ଚାହୁଛନ୍ତି । ଏଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ମିଳିବ ବୋଲି ଆଶା ରଖିଛନ୍ତି । ହାଇଦ୍ରାବାଦରେ ରହୁଥିବା ନୀଳକଣ୍ଠ କହିଛନ୍ତି, ମାଇଣ୍ଡ୍‌ ସ୍ପୋର୍ଟସ୍‌ ଅଲମ୍ପିୟାଡ (ଏମ୍‌ଏସ୍‌ଓ)ର ମେଣ୍ଟାଲ କାଲକୁଲେଶନ୍‌ ୱଲïର୍ ଚାମ୍ପିୟନଶିପ୍‌ରେ ଏହା ପ୍ରଥମ ସୁଯୋଗ ଯେଉଁଥିରେ ଭାରତକୁ ସ୍ୱର୍ଣ୍ଣ ମିଳିଛି । ନୁ୍ୟଜ୍‌ ଏଜେନ୍ସି ଏଏନ୍‌ଆଇ ସହିତ କଥାବାର୍ତ୍ତା ସମୟରେ ସେ କହିଛନ୍ତି, ‘ମୋ ପାଖରେ ହୁ୍ୟମାନ୍‌ କାଲକୁଲେଟର୍‌ର ୪ଟି ବିଶ୍ୱ ରେକର୍ଡ଼ ଓ ୫୦ ଲିମ୍‌କା ରେକର୍ଡ଼ ଅଛି । ମୋ ମସ୍ତିଷ୍କ କାଲକୁଲେଟର୍‌ଠାରୁ ଅଧିକ କ୍ଷିପ୍ର ଭାବେ ଗଣନା କରିଥାଏ ।’ ସେ ‘ଭିଜନ୍‌ ମ୍ୟାଥ୍‌’ ପ୍ରୟୋଗଶାଳା ପାଇଁ ଚିନ୍ତା କରୁଛନ୍ତି ।
ଏବେ ନୀଳକଣ୍ଠ ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲାଙ୍କୁ ଅନ୍‌ଲାଇନ୍‌ ପାଠ ପଢ଼ାଉଛନ୍ତି ।

Leave A Reply