ନୂଆଦିଲ୍ଲୀ, ୧୬ା୯ (ଏଜେନ୍ସି) : କିଙ୍ଗ୍ସ ଏକାଦଶ ପଞ୍ଜାବର ସହମାଲିକାଣୀ ତଥା ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା ୟୁଏଇରେ କ୍ୱାରାଣ୍ଟାଇନ୍ରେ ଅଛନ୍ତି । କିଙ୍ଗ୍ସ ପଞ୍ଜାବ ଦଳ ସହ ଯୋଗଦେବା ପୂର୍ବରୁ ତାଙ୍କୁ ଅତିକମ୍ରେ ୬ଦିନ କ୍ୱାରାଣ୍ଟାଇନ୍ରେ ରହିବାକୁ ହେବ । କ୍ୱାରାଣ୍ଟାଇନ୍ ସମୟରେ ସେ ସୋସିଆଲ୍ ମିଡିଆରେ କିଛି ଫଟୋ ଓ ଭିଡିଓ ପୋଷ୍ଟ କରିଛନ୍ତି ।
