ନୂଆଦିଲ୍ଲୀ, ୧୬ ସେପ୍ଟେମ୍ବର : ଦେଶରେ ଗତ ୨୪ଘଂଟା ମଧ୍ୟରେ ୯୦,୧୨୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ୧,୨୯୦ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦,୨୦,୩୬୦ ରେ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯,୯୫,୯୩୩ ଥିବା ବେଳେ ବର୍ତମାନ ସୁଦ୍ଧା ୮୨,୦୬୬ ଜଣ ମୃତ୍ୟୁ ବରଣ କରିଛନ୍ତି ।
