ଦିଲ୍ଲୀର ପରବିନ୍ କୁମାର ଗୋୟଲ ନାଙ୍ଗଲୋଇ ଇଲାକାସ୍ଥିତ ଶିବ ମନ୍ଦିର ପାଖରେ ‘ଶ୍ୟାମ୍ ରଷୋଇ’ ଚଲାଉଛନ୍ତି । ଏଠାରେ ଯେକୌଣସି ବ୍ୟକ୍ତି କେବଳ ୧ ଟଙ୍କାରେ ପେଟ ପୂରା ଖାଦ୍ୟ ଖାଇପାରିବ । ଲୋକେ ମାଗଣା ଖାଦ୍ୟ ଭାବି ନଷ୍ଟ ନ କରନ୍ତୁ ବୋଲି ସେ ୧ ଟଙ୍କା ନେଉଛନ୍ତି । ୫୧ ବର୍ଷୀୟ ପରବିନ୍ କହିଛନ୍ତି, ‘ଲୋକେ ବିଭିନ୍ନ ଉପାୟରେ ଦାନ
କରୁଛନ୍ତି । ପ୍ରଥମେ ସେ ୧୦ ଟଙ୍କାରେ ଏକ ଥାଳି ଦେଉଥିଲେ । ଅଧିକ ଲୋକଙ୍କୁ ଆକର୍ଷିିତ କରିବା ପାଇଁ ମୂଲ୍ୟ ହ୍ରାସ କରି ୧ ଟଙ୍କା କରିଦେଇଛନ୍ତି । ଏହି ରୋଷେଇରେ ପ୍ରତିଦିନ ୧୦୦୦ ଲୋକ ଖାଦ୍ୟ ଖାଉଛନ୍ତି । ଆପଣ ଚାହିଁଲେ କୌଣସି ରୋଗୀ ବା ଅଭାବୀ ଲୋକ ପାଇଁ ପାର୍ସଲ ନେଇପାରିବେ । ସର୍ତ୍ତ ହେଉଛି କେବଳ ୩ ଜଣଙ୍କ ପାଇଁ ପାର୍ସଲ ନେଇପାରିବେ ।
Prev Post
Next Post