ସ୍ଲୋଭାକିୟାରେ ଏକ ବାହନ ବିକଶିତ କରାଯାଇଛି ଯାହା ୩ ମିନିଟ୍ ମଧ୍ୟରେ କାର୍ରୁ ଉଡ଼ାଜାହାଜରେ ପରିବର୍ତ୍ତନ ହୋଇପାରିବ । ଏହା ପ୍ରଥମ ପରୀକ୍ଷଣରେ ୧୫୦୦ ଫୁଟ ଉଡ଼ାଣ ଭରିଛି । ଏହାର ନାମ ରଖାଯାଇଛି ‘ଏୟାର୍ କାର୍’ । ପ୍ରଫେସର୍ ଷ୍ଟିଫନ୍ କ୍ଲେନ୍ ଏହାର ଉଦ୍ଭାବନ ବିଷୟରେ ଚିନ୍ତା କରିଥିଲେ । ଏ ପ୍ରକାର ବାହନ ବିକଶିତ କରିବା ଏକପ୍ରକାର ଚାଲେଞ୍ଜ । ଏହା ୨ ସିଟର୍ । ଏହାର ଓଜନ ପ୍ରାୟ ୧୦୯୯ କିଲୋଗ୍ରାମ୍ ଓ ଅତିରିକ୍ତ ଭାର ୨୦୦ କିଲୋଗ୍ରାମ୍ ସମ୍ଭାଳି ପାରିବ । ଏଥିପାଇଁ ଏକ ବିଶେଷ ରନ୍େୱର ଆବଶ୍ୟକତା ରହିଛି ଯେଉଁଠି ବିନା କୌଣସି ସମସ୍ୟାରେ ଲାଣ୍ଡ୍ ଓ ଟେକ୍ ଅଫ୍ କରିବା ପାଇଁ ପ୍ରାୟ ୯୮୪ ଫୁଟ ହୋଇଥିବ । ‘କ୍ଲେନ୍ ଭିଜନ୍’ କମ୍ପାନୀ ଆସନ୍ତା ୬ ମାସରେ ଏହାର ବିକ୍ରି ପାଇଁ ପ୍ରସ୍ତୁତ ହେଉଛି ।
