Odisha news

ପ୍ରଥମ ଥର ପାଇଁ ୩୦ ମିନିଟ ଡେରିରେ ଆରମ୍ଭ ହେବ ଗଣତନ୍ତ୍ର ଦିବସ, କଣ ରହିଛି ଏହା ପଛର କାରଣ

0

ନୁଆଦିଲୀ : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାନୁଆରୀ ମାସ ୨୬ ତାରିଖ ଦିନ ଗଣତନ୍ତ୍ର ଦିବସ ପାଳିତ ହେବ l ଚଳିତ ବର୍ଷ ଏହା ୭୩ ତମ ଗଣତନ୍ତ୍ର ଦିବସ ଅନୁଷ୍ଠିତ ହେବ l ଦେଶରେ ପ୍ରତିବର୍ଷ ଏହିଦିନ ପରେଡ ଅନୁଷ୍ଠିତ ହୋଇଥାଏ l କିନ୍ତୁ ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅଧ ଘଣ୍ଟା ଅର୍ଥାତ ୩୦ ମିନିଟ ଡେରିରେ ଆରମ୍ଭ ହେବ l ଏହା ପଛରେ ଗୋଟିଏ ବିଶେଷ କାରଣ ରହିଛି l କାରଣ ଟି ହେଲା କରୋନା ପ୍ରଟୋକଲ ଓ ଶ୍ରଦ୍ଧାଞ୍ଜଳି ସଭା କାରଣରୁ ଗଣତନ୍ତ୍ର ଦିବସ ପରେଡ ଚଳିତ ବର୍ଷ ଡେରିରେ ଆରମ୍ଭ କରାଯିବ l ସର୍ବ ପ୍ରଥମେ ଜାମୁ କାଶ୍ମୀର ରେ ପ୍ରାଣ ହରାଇଥିବା ସୁରକ୍ଷା କର୍ମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ l ଏହାପରେ ପରେଡ ଆରମ୍ଭ ହେବ l

ଏହି ପରେଡ ୯୦ ମିନିଟ ଧରି ଚାଲିବ l ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ଦିନ ୧୦ ଟା ବେଳେ ପରେଡ ଆରମ୍ଭ ହୋଇଥାଏ କିନ୍ତୁ ଚଳିତ ଥର ଏହା ୧୦.୩୦ ମିନିଟ ରେ ଆରମ୍ଭ ହେବ l ଏହି ପରେଡ ୮ କିଲୋମିଟର ପର୍ଯ୍ୟନ୍ତ ହେବ l ରୟାସୀନା ହିଲ ରୁ ଆରମ୍ଭ ହୋଇ ରାଜପଥ,ଇଣ୍ଡିଆ ଗେଟ,ହୋଇ ଲାଲ କିଲ୍ଲା ରେ ସମ୍ପୂର୍ଣ ହେବ l ପରେଡ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଗେଟ ଠାରେ ଅମର ଯବାନ ଜ୍ୟୋତି ଓ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ଉପରେ ପୁଷ୍ପ ମାଲ୍ୟ ଅର୍ପଣ କରି ସହୀଦ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ l

ଦେଶର ରାଜଧାନୀ ଦିଲ୍ଲୀରେ ସୁରକ୍ଷା କଡାକଡି କରାଯାଇଛି l ପାଖାପାଖି ୩୦୦ ସିସିଟିଭି କ୍ୟାମେରା ଲଗା ଯାଇଛି ଓ ସମସ୍ତଙ୍କୁ କିପରି ଠିକ ଭାବରେ ଜାଣି ହେବ ସେହିଭଳି ସିଷ୍ଟମ ମଧ୍ୟ କରାଯାଇଛି l ଏହି ସିଷ୍ଟମ ରେ ସନ୍ଦିଗ୍ଧ ୫୦ ହଜାର ଅପରାଧୀଙ୍କ ଡାଟା ବେଶ ରହିଛି l କୋଭିଡ କାରଣରୁ ମାତ୍ର ୨୪ ହଜାର ଲୋକଙ୍କ ପାଇଁ ଟିକେଟ ଉପଲବ୍ଧ ହୋଇଛି l

Leave A Reply