ପ୍ରତ୍ୟେକ ବର୍ଷ ଜାନୁଆରୀ ୨୬ ତାରିଖ ଦିନ ଭାରତ ଗଣତନ୍ତ୍ର ଦିବସ ପାଳନ କରିଥାଏ, ଏହିଦିନ ରାଜଧାନୀ ଦିଲ୍ଲୀ ରେ କର୍ତବ୍ୟ ପଥରେ ଗୋଟିଏ ଭବ୍ୟ ପରେଡ ର ଆୟୋଜନ କରାଯାଇଥାଏ, ଯେଉଁଥିରେ ଦେଶର ସଶସ୍ତ୍ର ସେନା ନିଜ ସୌର୍ଯ୍ୟ ଓ ବଳ ପ୍ରଦର୍ଶନ କରି ଥାଆନ୍ତି l ଏହିଦିନ ଆମକୁ ଜାନୁଆରୀ ୨୬ ତାରିଖ ୧୯୫୦ ର ସେହି ଦିନକୁ ନେଇ ଯାଇଥାଏ, ଯେଉଁଦିନ ଭାରତ ସମ୍ବିଧାନ ସମ୍ପୂର୍ଣ ଲାଗୁ ହୋଇଥିଲା, ଯାହାକି ଦର୍ଶାଇଥାଏ ଭାରତ ଗୋଟିଏ ଧର୍ମ ନିରପେକ୍ଷ, ସଂପ୍ରଭୁ, ସମାଜବାଦୀ, ଓ ଲୋକତନ୍ତ୍ରିକ ଗଣରାଜ୍ୟ ଦର୍ଶାଇଥାଏ l
ଯଦି ଆପଣ ଦ୍ୱନ୍ଦ୍ୱ ରେ ରହୁଛନ୍ତି ଚଳିତ ବର୍ଷ ୭୬ କିମ୍ବା ୭୭ ତମ ଗଣତନ୍ତ୍ର ଦିବସ ପାଳନ କରୁଛି, ତେବେ ଏହା ପ୍ରତ୍ୟେକ ଭାରତୀୟ ଜାଣି ରଖିବା ଆବଶ୍ୟକ ଅଟେ, ଏହିଦିନ ଟି ଦେଶ ପାଇଁ ଖୁବ ଜରୁରୀ ଅଟେ, ଏହିଦିନ ଭାରତ ନିଜର ସମ୍ବିଧାନ କୁ ଆପଣାଇ ଥିଲା, ଏବଂ ଗୋଟିଏ ଗଣତନ୍ତ୍ର ରାଷ୍ଟ୍ର ହୋଇ ଯାଇଥିଲା l କିନ୍ତୁ ପ୍ରତ୍ୟେକ ବର୍ଷ ଆମେ ଭାବିଥାଉ ଏହା କେତେ ତମ ଗଣତନ୍ତ୍ର ଦିବସ, ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ ଭାରତ ନିଜର ୭୭ ତମ ଗଣତନ୍ତ୍ର ଦିବସ ପାଳନ କରିବ l
ଏହିଦିନ ଭାରତ ପାଇଁ ଗୋଟିଏ ଗର୍ବର ଦିନ କହିଲେ ଅତ୍ୟକଟି ହେବ ନାହିଁ, ଭାରତ ୧୯୪୭ ଅଗଷ୍ଟ ୧୫ ତାରିଖ ଦିନ ବ୍ରିଟିଶ ଶାସନ କବଳରୁ ମୁକ୍ତି ହୋଇଥିଲା, ଓ ସ୍ୱାଧୀନତା ପାଇଥିଲା, ସେତେବେଳେ ଭାରତ ଗୋଟିଏ ଗଣତନ୍ତ୍ର ରାଷ୍ଟ୍ର ନଥିଲା, ଗୋଟିଏ ରାଷ୍ଟ୍ରମଣ୍ଡଳ ଥିଲା, ଭାରତ ର ସମ୍ବିଧାନ କୁ ତିଆରି କରିବା ପାଇଁ ପାଖାପାଖି ଅଢେଇ ବର୍ଷ ସମୟ ଲାଗିଥିଲା, ଏହାପରେ ଜାନୁଆରୀ ୨୬ ତାରିଖ ୧୯୫୦ ଭାରତର ସମ୍ବିଧାନ ଲାଗୁ ହୋଇଥିଲା, ଏବଂ ଭାରତ ଗଣରାଜ୍ୟ ହୋଇଗଲା l