Odisha news

୨୦୨୧ ରେ ଅନ୍ତରୀକ୍ଷରେ ଦେଖାଯିବ ଏହି ଅଦ୍ଭୁତ ଦୃଶ୍ୟ , ଯାହାକୁ ଜାଣିବା ପରେ ଆପଣଙ୍କ ମନ ଆନନ୍ଦିତ ହୋଇଉଠିବ

0

ନୂଆଦିଲ୍ଲୀ : ୨୦୨୧ ରେ ଅନ୍ତରୀକ୍ଷରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ ,ଯାହାକୁ ଜାଣିବା ପରେ ଆପଣଙ୍କ ମନ ଆନନ୍ଦିତ ହୋଇଯିବ l କିଛିଟା ଆପଣ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖି ଓ ଆଉ କିଛି ଖୋଲା ଆଖିରେ ଦେଖି ପାରିବେ l ଏଥିରେ ବ୍ଲଡ଼ ମୁନ୍ ,ଉଲ୍କା ପିଣ୍ଡର ବର୍ଷା ଓ ଗ୍ରହ ମାନଙ୍କର ମିଳନ ସାମିଲ ରହିଛି ଆସନ୍ତୁ ସେ ବିଷୟରେ ଜାଣିବା l

୧୧ ଫେବୁଆରି ୨୦୨୧ ଶୁକ୍ର ଓ ବୃହସ୍ପତିଙ୍କ ମିଳନ -ଯେଉଁ ବ୍ୟକ୍ତି ମାନେ ପ୍ରାତଃ ସମୟରୁ ଉଠୁଛନ୍ତି ସେହି ବ୍ୟକ୍ତି ମାନେ କେବଳ ଏହି ଅଦ୍ଭୁତ ଦୃଶ୍ୟକୁ ଦେଖି ପାରିବେ l ଫେବୁଆରି ୧୧ ତାରିଖରୁ ଏହି ଦୁଇଟି ଗ୍ରହର ମିଳନ ପୃଥିବୀ ବାସୀଙ୍କୁ ଦେଖାଯିବ l ଏହି ଦୁଇ ଗ୍ରହ ଆମ ସୌର ମଣ୍ଡଳର ସବୁଠୁ ଅଧିକ ଚମକୁଥିବା ଗ୍ରହ ଅଟନ୍ତି l ଏହି ଦୁଇଟି ଗ୍ରହକୁ ଦେଖିବାର ସଠିକ ସମୟ ହେଲା ଆଞ୍ଚଳି ସମୟ ଅନୁସାରେ ସୂର୍ଯ୍ୟ ଉଦୟର ୩୦ ମିନିଟ ପୂର୍ବରୁ l

୯ ରୁ ୧୦ ମାର୍ଚ୍ଚ ଏକ ସହିତ ଦେଖା ଦେବେ ୪ ଟି ଗ୍ରହ -ଏହି ଦୂର୍ଷ୍ୟ ଅତ୍ୟନ୍ତ ଦୁର୍ଲଭ ଅଟେ l ଯେଉଁ ୪ ଟି ଗ୍ରହ ଏକ ସହିତ ଦେଖା ଦେବେ ସେମାନେ ହେଲେ ବୁଦ୍ଧ ,ବୃହସ୍ପତି ,ଚନ୍ଦ୍ରମା ଓ ସାନି ଅଟନ୍ତି l ଏହି ଦୁର୍ସ୍ୟକୁ ଆପଣ ଟେଲିସସ୍କୋପ ସାହାଯ୍ୟରେ ମଧ୍ୟ ଦେଖି ପାରିବେ l

୨୬ ମଇ ବ୍ଲଡ଼ ମୁନ୍-ଦକ୍ଷିଣ ପୂର୍ବ ଏସିଆ ,ଉତର ଆମେରିକା ,ପଶ୍ଚିମ ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆର ଲୋକ ମାନେ ଏହି ସଦିନ ବ୍ଲଡ଼ ମୁନ୍ ଦେଖି ପାରିବେ ,ଏହାର ଅର୍ଥ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ

୧୦ ଜୁନ ରିଙ୍ଗ ଅଫ ଫାୟାର – ୧୦ ଜୁନ ଦିନ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ହେବ ,ଏହି ଦିନ ରିଙ୍ଗ ଅଫ ଫାୟାର ମଧ୍ୟ ହେବl ଏହି ସୂର୍ଯ୍ୟ ଗ୍ରହଣକୁ କାନାଡ଼ାର ଉତର ପାର୍ଶ୍ଵର ଲୋକ ,ଗ୍ରୀନଲ୍ୟାଣ୍ଡ ଓ ରୁଷର ଲୋକ ଦେଖି ପାରିବେ l ଏସିଆ ,ୟୁରୋପ ଓ ଉତର ଆମେରିକାର ଲୋକମାନେ ଆଂଶିକ ଭାବରେ ଦେଖିବେ l

୧୨ ଜୁଲାଇ ଶୁକ୍ର ଓ ମଙ୍ଗଳଙ୍କ ମିଳନ -ଜୁଲାଇ ୧୨ ତାରିଖ ଦିନ ସୂର୍ଯ୍ୟ ଅସ୍ତ ପରେ ଆକାଶରେ ଚମକୁଥିବା ଶୁକ୍ର ଗ୍ରହ ଓ ଲାଲ ଗ୍ରହ ମଙ୍ଗଳ ଏକ ସାଙ୍ଗରେ ଦେଖାଯିବେ l ଯଦି ଆପଣ ଏହାକୁ ଭଲରେ ବଦେଖିବାକୁ ଚାହୁଁଛନ୍ତି ତେବେ ଟେଲିସସ୍କୋପର ବ୍ୟବହାର କରିବେ l

୧୨ ଓ ୧୩ ଅଗଷ୍ଟ ଉଲ୍କା ପିଣ୍ଡର ବର୍ଷା -ପ୍ରତେକ ବର୍ଷ ଅଗଷ୍ଟ ମାସରେ ଏହି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥାଏ l କିନ୍ତୁ ନୂଆ ବର୍ଷରେ ଏହି ଦୃଶ୍ୟ କିଛି ନିଆରା ରହିବ l ଯେପରି ଲାଗିବ ଯେ ଏହି ଦୃଶ୍ୟ ଆକାଶରୁ ଆଲୋକମାଳା ଖସିଲା ପରି ଲାଗିବ l

୧୮ ଅଗଷ୍ଟ ମଙ୍ଗଳ ଓ ବୁଧ ଙ୍କ ମିଳନ -ଏହି ଦିନ ଏହି ଦୁଇ ଗ୍ରହଙ୍କ ଅଦ୍ଭୁତ ସଂଯୋଗ ହେବ l ଉଲ୍କା ପିଣ୍ଡ ବର୍ଷା ହେବାର ମାତ୍ର ୫ ଦିନ ପରେ ଏହି ଅଦ୍ଭୁତ ଦୃଶ୍ୟ ଦେଖାଯିବ l ସନ୍ଧ୍ୟାରେ ସୂର୍ଯ୍ୟ ଅସ୍ତ ପରେ ତୁରନ୍ତ ଏହି ଦୃଶ୍ୟ ଦେଖାଯିବ l

Nalco
Leave A Reply