Odisha news

ଅନ୍ୟ ଜମି ଦେଖାଇ ଲୁଟିଥିଲେ ୧୧ଲକ୍ଷ୫୦ହଜାର,ବାପପୁଅ ଗିରଫ

0

ବାଲିଗୁଡା,୨୪/୫-; ବାଲିଗୁଡାରେ ଅନ୍ୟର ଜାଗା ଦେଖାଇ ଲୁଟିଥିଲେ ବାପପୁଅ୧୧ଲକ୍ଷ୫୦ ହଜାର ଟଙ୍କା । ଗୋଟିଏ ଜାଗା ଦେଖାଇ ନେଇଥିଲେ ଅଗ୍ରୀମ ଟଙ୍କା ପରେ ଅନ୍ୟ ଏକ ଜାଗାକୁ ବିକ୍ରୀ କରିବାକୁ କହିଥିଲେ କିନ୍ତୁ ଅଗ୍ରୀମ ଦେବା ଲୋକ ଟଙ୍କା ଫେରାଇ ନେବାକୁ କହିଥିଲା କିନ୍ତୁ ବାପାପୁଅ ଅଗ୍ରୀମ ଟଙ୍କା ଫେରାଇନଥିଲା । ଏହାପରେ ପୋଲିସ ଦ୍ୱାରସ୍ଥ ହୋଇଥିଲେ କ୍ରୟଦାର ସନ୍ତୋଷ କୁମାର ସାହୁ । ଏତେଲାକୁ ଭିତି କରି ପୋଲିସ ଅଭିଯୁକ୍ତ ବାପ ଏସ.ରାମାରାଓ ପାତ୍ର ଓ ପୁଅ ଏସ.କାଳିଆ ପାତ୍ରକୁ ଗିରଫ କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ ବାଲିଗୁଡା ଜଣେ ହୋଟେଲ ମାଲିକ ସନ୍ତୋଷ କୁମାର ସାହୁ ଏକ ଜାଗା କିଣିବାକୁ ବାଲିଗୁଡା ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଏସ.ରାମାରାଓ ପାତ୍ରଙ୍କ ଘରକୁ ଯାଇଥିଲେ । ଉଭୟଙ୍କ ସହମତି କ୍ରମେ ଏକ ମୁଖ୍ୟରାସ୍ତା କଡର ଜାଗା କ୍ରୟବିକ୍ରୟ ଉପରେ ଆଲୋଚନା ହୋଇଥିଲା ଓ ଏହାପରେ ମଧ୍ୟସ୍ଥିଙ୍କ ଉପସ୍ଥିତିରେ ସନ୍ତୋଷ କୁମାର ସାହୁ ଏହି ଜାଗାର ମୁଲ୍ୟ ଧାର୍ଯ୍ୟ ହୋଇଥିଲା ଓ ଜାଗାର ଅଗ୍ରିମ ବାବଦରେ ୧୧ଲକ୍ଷ୫୦ହଜାର ଟଙ୍କା ଦେଇଥିଲେ ଏସ.ରାମାରାଓ ପାତ୍ରଙ୍କୁ । ଟଙ୍କା ନବାର ବହୁଦିନ ପର୍ଯ୍ୟନ୍ତ ଜାଗା ବିକ୍ରୟର ରେଜିଷ୍ଟେସନ କିମ୍ବା ଡିମାରକେସନ କରୁନଥିଲେ ଓ ବାରମ୍ବାର ଏହି ବାବଦରେ କହିଲେ ବି ଏସ ରାମାରାଓ ଆସୁନଥିଲେ କି କିଛି ବି କହୁନଥିଲେ ।

ଏହି ବାବଦରେ ଉଭୟଙ୍କ ଭିତରେ ବହୁଥର ବଚସା ବି ହୋଇଥିଲା । ଏହାପରେ ଏସ ରାମାରାଓ ଯେଉଁ ଜାଗା ଦେଖାଇ ଟଙ୍କା ଆଣିଥିଲେ ସେହି ଜାଗାକୁ ନନେଇ ଅନ୍ୟ ଏକ ଜାଗାକୁ ନେଇ ଦେଖାଇଥିଲେ ତାହାକୁ ବିକ୍ରି କରିବାକୁ କିନ୍ତୁ ତାହା ଏକ ମନ୍ଦିର ଜାଗାଟି କହି ସନ୍ତୋଷ ରାଜି ହୋଇନଥିଲେ ଓ ତାଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ । କିନ୍ତୁ ଅଗ୍ରିମ ଟଙ୍କା ନଫେରାଇ ଗତ ୨୦୧୯ ମସିହାରୁ ସନ୍ତୋଷଙ୍କୁ ଭୁଆଁ ବୁଲାଉଥିଲେ ଓ ତାଙ୍କୁ ଧରାଛୁଆଁ ଦେଉନଥିଲେ ଓଲଟା ତାଙ୍କୁ ଧମକଚମକ ଦେଉଥିଲେ । ଏହାପରେ ସନ୍ତୋଷ କୁମାର ସାହୁ ବାଲିଗୁଡା ଥାନାରେ ଏହାକୁ ନେଇ ଏକ ଲିଖିତ ଏତଲା ଦେଇଥିଲେ । ଏହାପରେ ବାଲିଗୁଡା ତାନାରେ ଏକ ମାମଲା ରୁଜୁ କରି କେଶ ନମ୍ବର ୧୦୩/୨୦୨୦ରେ ମାଲା ରୁଜୁ କରି ବାପ,ପୁଅ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କାରିଥିବା ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୁଚନା ଦେଇଛନ୍ତି ।

Leave A Reply