ଧର୍ମଶାଳା,୨୪ ।୫ : ସରକାରୀ ତଥ୍ୟ ଅନୁସାରେ ଧର୍ମଶାଳା ବ୍ଲକକୁ ଶନିବାର ସୁଧା ୯୪୯ ଜଣ ପ୍ରବାସୀ ଓଡିଆ ଫେରିଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ ୪୭ଜଣ ମହିଳା ଥିଲା ବେଳେ ୧୮ଜଣ ଛୋଟ ପିଲା ରହିଛନ୍ତି ।
ଏହି ବ୍ଲକକୁ ସର୍ବାଧିକ ୨୯୫ ଜଣ ତେଲେଙ୍ଗାନାରୁ ଫେରିଥିବା ବେଳେ ତାମିଲନାଡୁରୁ ୨୦୦,ଗୁଜୁରାଟରୁ ୧୩୩,ଆନ୍ଧ୍ରପ୍ରଦେଶରୁ ୯୨,କର୍ଣ୍ଣାଟକରୁ ୬୯,ପଶ୍ଚିମବଙ୍ଗରୁ ୬୭ ଓ ମହାରାଷ୍ଟ୍ରରୁ ୫୨ଜଣ,ଛତିଶଗଡରୁ ୮ଜଣ,ଝାଡଖଣ୍ଡରୁ ୭ଜଣ,ଉତ୍ତରପ୍ରଦେଶରୁ ୭ଜଣ,କେରଳରୁ ୪ଜଣ ,ବିହାରରୁ ୨ଜଣ,ଗୋଆରୁ ୫ଜଣ,ଦିଲ୍ଲିରୁ ୩ଜଣ,ମଦ୍ଞପ୍ରଦେଶରୁ ୨ଜଣ,ରାଜସ୍ଥାନରୁ ୨ଜଣ,ହରିଆନା ଜଣେ ମୋଟ ୯୪୯ ପ୍ରବାସୀ ଫେରିଛନ୍ତି ।
ଏମାନଙ୍କୁ ବିଚିନ୍ନ ପଞ୍ଚାୟତରେ ସରକାରୀ ସଂଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ଧର୍ମଶାଳା ବିଡିଓ ସ୍ମିତା ରଥ ସୂଚନା ଦେଇଛନ୍ତି । ସଙ୍ଗ ରୋଧ କେନ୍ଦ୍ରରେ ଥିବା ପ୍ରବାସୀ ମାନଙ୍କର ପର୍ଯ୍ୟାୟ କ୍ରମେ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଅଛି ।