Odisha news

ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତ ସୁସ୍ଥ

0

ଭୁବନେଶ୍ୱର: ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୩୦, ଯାଜପୁରରୁ ୧୮, ଖୋର୍ଦ୍ଧାରୁ ୩ ଓ କେନ୍ଦୁଝରରୁ ୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଏଯାବତ ରାଜ୍ୟରେ ୫୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଏବେ ରାଜ୍ୟରେ ଆକ୍ଟିଭ କେସ୍ ସଂଖ୍ୟା ହେଉଛି ୭୭୮।

ବର୍ତ୍ତମାନ ଗଞ୍ଜାମରେ ୩୪୯ ସଂକ୍ରମିତଙ୍କ ମଧ୍ୟରୁ ୨୩୩ ଜଣ ସୁସ୍ଥ ହୋଇଛନ୍ତି। ୧୧୩ଟି ଆକ୍ଟିଭ କେଶ ରହିଛି ଓ ୩ ଜଣଙ୍କ ମୃତ୍ୟୁ ହୋଇଛି।  ଯାଜପୁରରେ ୨୩୯ ସଂକ୍ରମିତଙ୍କ ମଧ୍ୟରୁ ଏଯାବତ ୯୦ ଜଣ ସୁସ୍ଥ ହୋଇଛନ୍ତି ଓ ୧୪୯ଟି ଆକ୍ଟିଭ କେଶ ରହିଛି।

District Positive Recovered Active Deceased
Ganjam 349 233 113 3
Jajpur 239 90 149 0
Balasore 128 57 71 0
Bhadrak 98 31 67 0
Puri 81 4 77 0
Khurdha 77 51 23 3
Cuttack 59 3 55 1
Nayagarh 45 1 44 0
Kendrapara 40 9 31 0
Sundergarh 37 25 12 0
Boudh 33 4 29 0
Jagatsinghpur 31 5 26 0
Angul 24 15 9 0
Balangir 16 2 14 0
Kalahandi 15 2 13 0
Mayurbhanj 14 9 5 0
Keonjhar 11 4 7 0
Malkangiri 10 0 10 0
Sambalpur 5 0 5 0
Kandhamal 5 0 5 0
Jharsuguda 5 2 3 0
Gajapati 4 0 4 0
Dhenkanal 3 1 2 0
Deogarh 2 1 1 0
Nuapada 1 0 1 0
Nawarangpur 1 0 1 0
Koraput 1 1 0 0
Baragarh 1 0 1 0

ସେହିପରି ଖୋର୍ଦ୍ଧାରେ ୭୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୧ ଜଣ ସୁସ୍ଥ ହୋଇସାରିଛନ୍ତି। ଆଉ ୨୩ଟି ଆକ୍ଟିଭ କେଶ ରହିଛି। ଏହି ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ରାଜ୍ୟରେ ଆଉ ୬୭ ପଜିଟିଭ ଚିହ୍ନଟ ହୋଇଥିଲେ।

Leave A Reply