ଭୁବନେଶ୍ୱର, ୩୧ ଡିସେମ୍ବର – ନୂଆବର୍ଷର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାତ୍ରୀକାଳୀନ ଆହାର ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୫୬ଟି ପ୍ରମୁଖ ଚିକିତ୍ସାଳୟରେ ଅବସ୍ଥିତ ଆହାର କେନ୍ଦ୍ର ମାନଙ୍କରେ ଏଣିକି ରାତିରେ ଭୋଜନ ମିଳିବ । ୧୫ ହଜାର ଲୋକଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଦୈନିକ ରାତି ୭ଟାରୁ ୯ଟା ମଧ୍ୟରେ ଏହି ସୁବିଧା ମିଳିବ ।
ଏହାସହିତ ମୁଖ୍ୟମନ୍ତ୍ରୀ ବୁର୍ଲାସ୍ଥିତ ଭିମସାର ପରିସର ମଧ୍ୟରେ ଖୋଲିଥିବା ନୂଆ ଆହାର କେନ୍ଦ୍ରର ଲୋକାର୍ପଣ କରିଥିଲେ ।
Next Post